ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାର ବଦଲା ନେଲା ଭାରତ । ଭାରତୀୟ ସେନା ମଙ୍ଗଳବାର ଅଧ ରାତିରେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ୯ଟି ଆତଙ୍କ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଛି, ଯେଉଁଥିେରେ ଜୈଶ ଏ ମହମ୍ମଦର ମୁଖ୍ୟ ମସୁଦ ଅଝହରର ଆଡ୍ଡା ବି ସାମିଲ । ‘ଅପରେସନ ସିନ୍ଦୂର’ ଆଧାରରେ ଭାରତୀୟ ସେନା ଏହି କାର୍ଯ୍ୟାନୁଷ୍ଠାନ ନେଇଛି ।
ମଙ୍ଗଳବାର ମଧ୍ୟରାତ୍ର ପରେ ପିଓକେର ମୁଜଫରାବାଦ ସହର ଓ ଏହାର ଆଖପାଖ ପାହାଡିଆ ଅଞ୍ଚଳରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ କରିଛି । ବିସ୍ଫୋରକ ପରେ ପୂରା ସହରରେ ଅନ୍ଧାର ଛାଇ ଯାଇଛି । ରୟଟର୍ସର ରିପୋର୍ଟ ଅନୁଯାୟୀ, ଭାରତୀୟ ସେନା ଦ୍ୱାରା ଏୟାର ଷ୍ଟ୍ରାଇକ କରାଯାଇ ବୋମା ବର୍ଷଣ କରାଯାଇଛି । ଏହି ଅପରେସନର ନାଁ ‘ଅପରେସନ ସିନ୍ଦୂର’ ଦିଆଯାଇଛି ।
ଭାରତୀୟ ସେନା ଏକ୍ସରେ ପୋଷ୍ଟ କରି ‘ଅପରେସନ ସିନ୍ଦୂର’ର ସୂଚନା ଦେବା ସହ ଲେଖିଛନ୍ତି ନ୍ୟାୟ ହୋଇଛି । ଜୟ ହିନ୍ଦ । ଭାରତୀୟ ସେନା କହିଛନ୍ତି ଯେ, ସେନାର କାର୍ଯ୍ୟାନୁଷ୍ଠାନ ବହୁତ ସଂଯମତାର ସହ ହୋଇଛି । କୌଣସି ବି ପାକିସ୍ତାନୀ ସୈନ୍ୟ ଠିକଣାକୁ ଟାର୍ଗେଟ୍ କରାଯାଇ ନାହିଁ । ଭାରତ ନିଜର ସଠିକ ଲକ୍ଷ୍ୟ ନିର୍ଦ୍ଧାରଣ କରି ଟାର୍ଗେଟ୍ କରିଛି । ଏହି ସମୟରେ ବହୁତ ସତର୍କତା ଅବଲମ୍ବନ କରିଛି ଭାରତୀୟ ସେନା ।
ଭାରତୀୟ ସେନା ଏକ୍ସରେ ଏକ ଫଟୋ ସେୟାର କରିଛି । ଏଥିରେ ଅପରେସନ ସିନ୍ଦୂର ଲେଖା ଯାଇଛି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଅପରେସନ ସିନ୍ଦୂର ଆଧାରରେ ପାକିସ୍ତାନ ଓ ପିଓକେରେ ସେହି ଅଞ୍ଚଳରକୁ ଟାର୍ଗେଟ୍ କରାଯାଇଛି, ଯେଉଁଠାରେ ଭାରତ ବିରୋଧୀ ଆତଙ୍କ ହମଲାର ଯୋଜନା ପ୍ରସ୍ତୁତ କରାଯାଏ ।
ପିଆଇବି ନିଜର ପ୍ରେସ ରିଲିଜରେ ଉଲ୍ଲେଖ କରିଛି ଯେ, ମୋଟ୍ ୯ଟି ଠିକଣାରେ ସଠିକ ହମଲା କରାଯାଇଛି । ଏହି ସମୟରେ କୌଣସି ପାକିସ୍ତାନୀ ସାମରିକ ଭିତ୍ତିଭୂମିକୁ ଟାର୍ଗେଟ୍ କରାଯାଇ ନାହିଁ । ଭାରତ ଏହା ଦେଖାଇଛି ଯେ, ଅତି ସଂଯମ ଓ ବିବେକର ସହ ପରିପକ୍ୱ ଢଙ୍ଗରେ ଆତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।