ବିହାର: ବିହାରର ପାଟନାରେ ହୋଲି ସେଲିବ୍ରେସନ ଚାଲିଥିବା ବେଳେ ପୋଲିସକୁ ଖୋଲା ଧମକ ଦେଲେ ଆରଜେଡ଼ି ବିଧାୟକ ତେଜ ପ୍ରତାପ ଯାଦବ । ହୋଲି ସେଲିବ୍ରେସନରେ ସାମିଲ ଥିବା ଜଣେ କାଯ୍ୟରତ ପୋଲିସ ଅଫିସରଙ୍କୁ ସେ ନାଚିବାକୁ ବାଧ୍ୟ କରିଥିଲେ । ଏପରିକି ସେ ନ ନାଚିଲେ ତାଙ୍କୁ ନିଲମ୍ବନ କରିଦେବେ ବୋଲି ଖୋଲାଖୋଲି ଭାବେ ଧମକ ଦେଇଥିଲେ ବିଧାୟକ ତେଜ ପ୍ରତାପ ଯାଦବ । ଭିଡ଼ିଓ ଭାଇରାଲ ହେବାରେ ଏହି ଘଟଣା ଚାରିଆଡୁ ନିନ୍ଦା କରାଯିବା ସହ ଆରଜେଡ଼ି ଉପରେ ବର୍ଷିଛି ବିଜେଡ଼ି ।
ସୂଚନା ମୁତାବିକ, ବିଧାୟକ ତେଜପ୍ରତାପ ଦଳୀୟ ସମର୍ଥକଙ୍କ ସହ ହୋଲି ପାଳନ କରୁଥିବା ସମୟରେ ୟୁନିଫର୍ମ ପିନ୍ଧା ଜଣେ ପୋଲିସ ଅଧିକାରୀଙ୍କୁ ଗୀତରେ ନାଚିବାକୁ ନିର୍ଦ୍ଦେଶ ଦେଇଥିଲେ। କହିଥିଲେ, ମୁଁ ଗୀତ ବଜାଇବି, ଏବଂ ତୁମକୁ ନାଚିବାକୁ ପଡିବ। ତେଜ ପ୍ରତାପ ପୋଲିସକୁ ଚେତାବନୀ ଦେଇ କହିଥିଲେ, ଯଦି ସେ ନାଚିବେ ନାହିଁ, ତେବେ ତାଙ୍କୁ ନିଲମ୍ବିତ କରାଯାଇପାରେ। ଏଥିରେ ଖରାପ ଅନୁଭବ କରନାହିଁ, ଏହା ହୋଲି। ଏଥିରେ ପୋଲିସ କର୍ମଚାରୀ ଜଣକ ରାଜି ହୋଇ, ଦଳୀୟ କର୍ମୀଙ୍କ ମଧ୍ୟରେ କିଛି ସମୟ ପାଇଁ ନାଚିଥିଲେ। ସେପଟେ ଏହି ଘଟଣାଟି ତୀବ୍ର ଉତ୍ତେଜନା ସୃଷ୍ଟି କରିଛି। ଜେଡିୟୁ, ବିଜେପି ଏବଂ କଂଗ୍ରେସ ଏହାକୁ ଦୃଢ଼ ନିନ୍ଦା କରିଛି।