ଭୁବନେଶ୍ୱର: ମାର୍ଚ୍ଚ ମାସ ଆରମ୍ଭରୁ ତାତି ତାର କରାଳ ରୂପ ଦେଖାଇଲାଣି । ଫଳରେ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି ଲୋକେ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି ଅନୁଭୂତ ହେଉଛି । ତାତିର ପ୍ରକୋପକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ୍ ହେବ ବୋଲି ନିଷ୍ପତ୍ତି ନେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଦିନକୁ ଦିନ ତାତି ବଢ଼ୁଛି, ସରକାର ଏନେଇ ଅବଗତ ଅଛନ୍ତି । କେବେ ସକାଳୁଆ ସ୍କୁଲ୍ ହେବ ରାଜସ୍ବ ବିଭାଗ ସହ ଆଲୋଚନା ହେବା ପରେ ନିଷ୍ପତ୍ତି ନିଆଯିବ ।
ପ୍ରତିବର୍ଷ ଏପ୍ରିଲ ଓ ମେ ମାସ ବେଳକୁ ସକାଳୁଆ ସ୍କୁଲ ହୋଇଥାଏ କିନ୍ତୁ ଚଳିତ ବର୍ଷ ତାତି ବହୁ ଅନୁଭୂତ ହୋଇଥିବାରୁ ଖୁବଶୀଘ୍ର ସକାଳୁଆ ସ୍କୁଲ୍ ହେବ ବୋଲି ସୂଚନା ମିଳିଛି । ରାଜ୍ୟରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏନେଇ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି ।