ମୁମ୍ବାଇ : ବଲିଉଡ୍ ର ବିଶିଷ୍ଟ କଣ୍ଠଶିଳ୍ପୀ, ସଂଗୀତଜ୍ଞ ତଥା ଓସ୍କାର ପୁରସ୍କାର ବିଜେତା ଏ.ଆର୍ ରେହମାନ ଅସୁସ୍ଥ ଅଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ ଆଜି ସକାଳେ ଏ.ଆର. ରେହମାନ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚେନ୍ନାଇର ଗ୍ରୀମ୍ସ ରୋଡରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ତାଙ୍କର ଇସିଜି ଏବଂ ଇକୋକାର୍ଡିଓଗ୍ରାମ ଭଳି ପରୀକ୍ଷା କରାଯାଉଛି। ବର୍ତ୍ତମାନ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସାରେ ରହିଛନ୍ତି ବୋଲି ସୂଚନା ରହିଛି ।
ଭାରତୀୟ ତଥା ବିଶ୍ୱ ସଂଗୀତଜଗତରେ ନିଜର ସ୍ବତନ୍ତ୍ର ଅବଦାନ ପାଇଁ ଜଣାଶୁଣା ରେହମାନଙ୍କ ପ୍ରଶଂସକ ସାରା ବିଶ୍ୱରେ ରହିଛନ୍ତି। ତେଣୁ ରେହମାନଙ୍କ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।