ଭୁବନେଶ୍ୱର : ହୋଲିରେ ରକ୍ତରେ ଭିଜିଲା ରାଜଧାନୀ। ଗୋଟେ ପଟେ ହୋଲି ସେଲିବ୍ରେସନ ଚାଲିଥିବା ବେଳେ ଅନ୍ୟପଟେ ରାଜଧାନୀ ଭୁବନେଶ୍ଵରରେ ଗଡିଛି ଦୁଇ ଦୁଇଟି ମୁଣ୍ଡ । ଭୁବନେଶ୍ଵର ସହିଦନଗର ସ୍ଥିତ ଶାନ୍ତିପଲ୍ଲୀ ବସ୍ତିରେ ଘଟିଛି ହତ୍ୟାକାଣ୍ଡ । ମଦ ନିଶାରେ ଏକାଧିକ ଲୋକ ଆକ୍ରମଣ କରିଥିବା ଜଣାପଡିଛି । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ଗୁପି ଗୁଣି । ହୋଲି ଖେଳ ବେଳେ ବଚସାରୁ ଏହି ହତ୍ୟାକାଣ୍ଡ ହୋଇଛି ।
ସେହିପରି ମଞ୍ଚେଶ୍ଵର ସମେଇଗାଡିଆରେ ଜଣେ ଯୁବକଙ୍କୁ ଛୁରା ମାଡ କରାଯାଇଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଯୁବକ ଜଣଙ୍କ ହେଉଛନ୍ତି ସମେଇଗାଡିଆର ଆୟୁଷ୍ମାନ ପତି । ତେବେ କେଉଁ କାରଣରୁ ଛୁରା ମାଡ ହେଲା ସେନେଇ କୌଣସି ସୂଚନା ମିଳିନଥିବା ବେଳେ ଘଟଣା ସ୍ଥଳରେ ମଞ୍ଚେଶ୍ୱର୍ ଆଇଆଇସି ଏବଂ ଜୋନ୫ ଏସିପି ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।