ଭୁବନେଶ୍ଵର: ସାରା ରାଜ୍ୟରେ ହୋଲିର ଉତ୍ସାହ ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ଵରରୁ ଆସିଛି ଚାଞ୍ଚଲ୍ୟକର ଖବର । ଘର ଭିତରୁ ଜଣେ ପରୁଷ ଓ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡ କଲୋନୀରେ ଘଟିଛି ଏହି ଅଭାବନୀୟ ଘଟଣା । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବିକ ମୃତ ଯୁବକ ଜଣଙ୍କ ହେଉଛନ୍ତି ୩୦ ବର୍ଷିୟ ଜିତେନ କୁମାର। ପେଶାରେ ଜିତେନ ଜଣେ ଡ୍ରାଇଭର୍। ପୂର୍ବରୁ ସେ ବିବାହିତ ଏବଂ ୩ ସନ୍ତାନଙ୍କ ବାପା ମଧ୍ୟ । କିନ୍ତୁ ନିକଟରେ ସେ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ି ଆତ୍ମହତ୍ୟା କରିଥିବା ମହିଳାଙ୍କ ସହ ଚନ୍ଦ୍ରଶେଖରପୁରରେ ରହୁଥିଲେ । ମୃତ ମହିଳା ଜଣଙ୍କ ମଧ୍ୟ ବିବାହିତ ହେଲେ ସେ ତାଙ୍କ ସ୍ଵାମୀଙ୍କୁ ଛାଡି ଜିତେନଙ୍କ ସହ ରହୁଥିଲେ । ତେବେ ଉଭୟଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ସେନେଇ ସ୍ପଷ୍ଟ ହୋଇନାହିଁ। ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।