ନବରଙ୍ଗପୁର : ଜାତିରୁ ବାସନ୍ଦ ହେଲେ ବିଜେଡି ନେତା ପ୍ରଦୀପ ମାଝୀ। ଅଣ ଆଦିବାସୀ ଝିଅଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପ୍ରଦୀପ ମାଝୀ। ୧୨ ବର୍ଷ ପାଇଁ ଭତରା ସମାଜର କେନ୍ଦ୍ରୀୟ କମିଟି ବାସନ୍ଦ କରିଛି । ପ୍ରଦୀପ ମାଝୀ ଓ ତାଙ୍କ ପରିବାରକୁ ବାସନ୍ଦ ପାଇଁ ଧାମନାଗୁଡ଼ା ବୈଠକରେ କେନ୍ଦ୍ରୀୟ କମିଟିର ନିଷ୍ପତ୍ତି ହୋଇଛି।
ସୂଚନା ଥାଉକି ଗତ ୧୨ ତାରିଖ ବୁଧବାର ପ୍ରଦୀପ କୁମାର ମାଝୀ ସାମ୍ବାଦିକା ସୁଶ୍ରୀ ସଙ୍ଗୀତା ସାହୁଙ୍କ ସହ ବିବାହ କରିଛନ୍ତି। ୪୯ ବର୍ଷ ବୟସରେ ପ୍ରେମ ଆଉ ତା’ପରେ ପ୍ରଦୀପ ବିବାହ କରିଛନ୍ତି। ଗୋଆରେ ଧୁମ୍ଧାମ୍ରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଉଭୟ ପ୍ରଦୀପ ଓ ସୁଶ୍ରୀଙ୍କୁ ସାଥୀ ଓ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ।
ତେବେ ବାସନ୍ଦ ନିଷ୍ପତ୍ତି ନେଇ ପ୍ରଦୀପ ମାଝୀ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି।