ବ୍ରହ୍ମପୁର: ଚଳିତ ବର୍ଷ ମହା ବିଷୁବ ସଂକ୍ରାନ୍ତି ଦିନ ମା ମହୁରୀକlଳୁଆଙ୍କ ପ୍ରସିଦ୍ଧ ଯାତ୍ରା ଅନୁଷ୍ଠିତ ହେବ। ଏଥି ନିମନ୍ତେ ଆଜି ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି। ଶୁଭଖୁଣ୍ଟି ସ୍ଥାପନ ସମୟରେ ସମସ୍ତ କମିଟି ମେମ୍ବରଙ୍କ ସହ ଭକ୍ତ ମାନେ ଉପସ୍ଥିତ ଥିଲେ। ଏହି ପ୍ରସିଦ୍ଧ ଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେବ।
ସୂଚନା ଅନୁସାରେ, ଆଗକୁ ଗ୍ରୀଷ୍ମ ପ୍ରବାହ ଜାରି ରହିବ, ଅଂଶୁଘାତକୁ ନେଇ ସତର୍କ ସୂଚନା ପ୍ରଶାସନ ଜାରି କରୁଥିବା ବେଳେ ଏଠାରେ ପାନୀୟ ଜଳ ସଙ୍କଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପର୍ଯ୍ୟଟକ। ପୁଣି ଏହି ପୀଠ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ହୋଇଥିବାରୁ ପ୍ରତିଦିନ ମାଆଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନେ ବହୁ ସଂଖ୍ୟାରେ ଆସିଥାନ୍ତି। ବିଶେଷ କରି ଏହା ଏକ ପିକନିକ ସ୍ପଟ୍ ହୋଇଥିବାରୁ ଛୁଟି ଦିନ ମାନଙ୍କରେ ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ମାନେ ଆସିବା ସହ ପ୍ରତି ମଙ୍ଗଳବାର, ସଂକ୍ରାନ୍ତି ଓ ବର୍ଷର କିଛି ନିର୍ଦ୍ଦିଷ୍ଟ ଦିନ ମାନଙ୍କରେ ମlଙ୍କ ପୀଠରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ।