ପୁରୀ: ଶ୍ରୀମନ୍ଦିରକୁ ସ୍ପାଏ କ୍ୟାମେରା ନେବା ଯୁବକଙ୍କୁ ପଡ଼ିଲା ମହଙ୍ଗା । ଗିରଫ ହେଲେ ସମ୍ପୃକ୍ତ ଯୁବକ । ପୁରୀ ଶ୍ରୀମନ୍ଦିର ଭିତରେ ସୁଟିଂ କରୁଥିବା ବେଳେ ଯୁବକଙ୍କୁ ଧରିଛି ପୋଲିସ । ଏହାପରେ ସିଂହଦ୍ୱାରା ଥାନାରେ ତାଙ୍କୁ ପଚରାଉଚରା କରାଯାଇଥିଲା । ଗିରଫ ଯୁବକ ଜଣକ ହେଉଛନ୍ତି ଭାସ୍କର ସାମନ୍ତ ।
ପୋଲିସର ସୂଚନା ମୁତାବିକ, ଯୁବକ ଜଣକ ଆଜି ସକାଳେ (ରବିବାର) ଏକ ସ୍ପାଏ କ୍ୟାମେରା ନେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । କେବଳ କ୍ୟାମେରା ନେଇ ନଥିଲେ, ବରଂ ସେ ଏହି କ୍ୟାମେରାରୁ ଭିଡ଼ିଓ ସୁଟିଂ କରିଥିଲେ । ଏନେଇ ପୋଲିସର ପ୍ରାଥମିକ ତଦନ୍ତ ରୁ ଜଚ୍ଚାପଡ଼ିଛି । ତେବେ ଶ୍ରୀମନ୍ଦିର ଚତୁଃପାଶ୍ୱରେ ଏତେ ପୋଲିସ ମୁତୟନ ସ୍ୱତେ କିପରି କ୍ୟାମେରା ନେଇ ପ୍ରବେଶ କରିପାରିଲେ, ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅଧିକ ପଢନ୍ତୁ: ତାତିରେ ସିଝୁଛି ସାରା ଓଡ଼ିଶା; ଦିନ ୨.୩୦ ସୁଦ୍ଧା ୪୧ ଡ଼ିଗ୍ରୀ ପାର୍ କଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡ଼ା