ଭୁବନେଶ୍ୱର: ମାର୍ଚ୍ଚ ଅଧାରୁ ଏବେ ମଇ ଭଳି ଖରା ଅନୁଭୂତ ହେଉଛି । କ୍ରମାଗତ ଭାବେ ରାଜ୍ୟରେ ତାପମାତ୍ରା ବଢିଚାଲିଥିବାରୁ ଏବେ ସାରା ଓଡ଼ିଶା ତାତିରେ ସିଝୁଛି । ଗତ ୩ରୁ ୪ ଦିନ ହେବ ରାଜ୍ୟରେ ଅଗ୍ନିବର୍ଷା ହେଉଛି । ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କଲି ହୋଇପଡ଼ୁଛି ।
ଆଜି (ରବିବାର) ଦିନ ୧୧ ସୁଦ୍ଧା ତାପମାତ୍ରା ୩୭ ଡେଇଁଥିବା ବେଳେ ଦିନ ସାଢେ଼ ୨ଟା ସୁଦ୍ଧା ୪୧ ପାର କରିଛି । ସାଢେ଼ ୨ ସୁଦ୍ଧା ୪୧.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ପାଲଟିଛି ସବୁଠୁ ଉତପ୍ତ ସହର। ସେହିପରି ରାଉରକେଲା ୩୯.୮, ସମ୍ବଲପୁର ୩୯, ହୀରାକୁଦ ୩୮.୪ ଡିଗ୍ରୀ, କେନ୍ଦୁଝର ଓ ଚାନ୍ଦବାଲି ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ କରିଛି।
ଅଧିକ ପଢନ୍ତୁ: ଦିନକୁ ଦିନ ବଢ଼ୁଛି ତାତି; ସକାଳୁଆ ସ୍କୁଲ୍ ପାଇଁ ଖୁବଶୀଘ୍ର ହେବ ଘୋଷଣା
ତେବେ ଆହୁରି ୪ ଦିନ ଅସ୍ତବ୍ୟସ୍ତ କରିବ ତାତି, ୧୯ ପରେ ବଦଳିବ ପାଗ, ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨ଦିନ ଯାଏଁ ସିଭିୟର ହିଟ ୱେଭ ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି, ସୋନପୁର ଓ ବୌଦ୍ଧ ଜିଲ୍ଲା ପାଇଁ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।