ତାମିଲନାଡ଼ୁ: ତାମିଲନାଡ଼ୁରେ ଭୟଙ୍କର ଦୁର୍ଘଟଣାର ଶିକାର ହେଲେ ଓଡ଼ିଆ ଯୁବକ । ବାଇକ୍ କୁ ଏକ ଟ୍ରକ ଧକ୍କା ହେବାରୁ ଗାଡ଼ି ସହ ସେ ଜଳିଯାଇଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ବ୍ଲକ ପୁଟିସବହାଲ ଗାଁର ବିକାଶ ବରିହା ।
ବିକାଶ କାମ ଅନୁସନ୍ଧାନରେ ଓଡ଼଼ିଶାରୁ ତାମିଲନାଡ଼ୁ ଯାଇଥିଲେ । ସେଠରେ ସେ ଏକ ହର୍ଲିକ୍ସ କମ୍ପାନୀରେ କାମ ସାରି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏକ ଟ୍ରକ ତାଙ୍କ ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକରେ ନିଆଁ ଲାଗିଯାଇ ଜଳିବାକୁ ଲାଗିଥିଲେ । ସେଇ ନିଆଁରେ ପୋଡ଼ିହୋଇ ବିକାଶ ଗୁରୁତର ହୋଇଛନ୍ତି । ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ । ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି । ଶରୀରର ୯୦ ପ୍ରତିଶତ ଅଂଶ ଜଳିଯାଇଛି ।
ଅଧିକ ପଢନ୍ତୁ: ତେଜପ୍ରତାପଙ୍କ ଅର୍ଡରରେ ନାଚିଥିବା ପୋଲିସ କର୍ମୀଙ୍କ ବିରୋଧରେ ଆକ୍ସନ