ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ଘଟିଛି ସଡ଼କ ଦୁର୍ଘଟଣା । OSRTC ବସ୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ଭଞ୍ଜନଗରର ଜଗନ୍ନାଥ ପ୍ରସାଦ ଥାନା ପଞ୍ଚଭୂତି ନିକଟରେ ଦୁର୍ଘଟଣା ଘଟିଛି । OSRTC ବସ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି କରିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ସୃଷ୍ଟି ହୋଇଛି ।
ବସ୍ ଧକ୍କାରେ ଜୀବନ ଯିବା ଏ ଘଟଣା ପ୍ରଥମ ନୁହେଁ । ବାରମ୍ବାର ଏହି ଦୁର୍ଘଟଣା ଘଟି ଚାଲିଛି । ସତର୍କ ହୋଇ ଗାଡି ଚଲେଇବା ପାଇଁ ଯେତେ ଗାଇଡଲାଇନ ଆସିଲେ ବି ଗାଡି ଚାଳକମାନେ ବେପୁରୁଆ ଭାବରେ ଗାଡି ଚଳାଉଛନ୍ତି ।