ଭୁବନେଶ୍ୱର: ଆଉ ନାହାଁନ୍ତି ବିଶିଷ୍ଟ କବି ରମାକାନ୍ତ ରଥ । ୯୧ ବର୍ଷ ବୟସରେ ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ସେ ଓଡ଼ିଆ ସାହିତ୍ୟ ଜଗତର ଜଣେ ଆଧୁନିକ କବି ଭାବେ ବେଶ ଲୋକପ୍ରିୟ ଥିଲେ । ଓଡିଶା ପ୍ରଶାସନିକ ଅଧିକାରୀ ଭାବେ ସେ ୧୯୫୭ ମସିହାରେ ଯୋଗଦେଇଥିଲେ । ସେ ନିଜର କବିତା ପାଇଁ ବହୁ ସମ୍ମାନର ଅଧିକାରୀ ହୋଇଥିଲେ । ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧକାର ଏବଂ ଶ୍ରୀରାଧା ଆଦି କବିତା ଗୁଡିକ ପାଇଁ ସେ କବିତା ପ୍ରେମୀ ମହଲରେ ବେଶ ଜଣାଶୁଣା ଥିଲେ । ସପ୍ତମ ଋତୁ କବିତା ପାଇଁ ସେ ତାଙ୍କୁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ୨୦୦୬ ମସିହାରେ ପଦ୍ମ ଭୂଷଣ ସମ୍ମାନର ଅଧିକାରୀ ହୋଇଥିଲେ । ସେ ୧୯୯୩ ମସିହାରୁ ୧୯୯୮ ମସିହା ପର୍ଯ୍ୟନ୍ତ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀର ଉପସଭାପତି ଓ ପରେ ସଭାପତି ଭାବେ ଦାଇତ୍ୱ ନିର୍ବାହ କରିଥିଲେ । ୧୯୯୨ ମସିହାରେ ସେ ପ୍ରଶାସନିକ ସେବାରୁ ଅବ୍ୟାହତି ନେଇଥିଲେ ।