ଭୁବନେଶ୍ୱର : ଏଥର କେବଳ ଭିତରେ ନୁହଁ ମୋ ବସ୍ର ଆଗରେ ପଛରେ ମଧ୍ୟ ଲାଗିବ କ୍ୟାମେରା। ମୋ ବସ୍ ଦୁର୍ଘଟଣାକୁ ରୋକିବାକୁ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଦୁର୍ଘଟଣା ବେଳେ କ୍ୟାମେରାର ଫିଡ୍ କୁ ଯାଞ୍ଚ କରାଯିବ ଯାହାର ଭୁଲ ଥିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି। ସେହିଭଳି ଡ୍ରାଇଭର ମାନେ ମଦ ପିଇ ବସ୍ ଚଳେଇବେ ନାହିଁ। ବସ୍କୁ ଛାଡିବା ବେଳେ, ବସ୍ ଚଳାଇବା ସମୟରେ ଏବଂ ବସ୍ରୁ ଓହ୍ଲାଇବା ସମୟରେ ଡ୍ରାଇଭରମାନଙ୍କୁ ପ୍ରଥମେ ଚେକ୍ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଯଦି କୌଣସି ଡ୍ରାଇଭର ଏହି ନିୟମ ସବୁ ନ ମାନେ ତେବେ ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ନିର୍ଦେଶ ଦେଇଛନ୍ତି।