କେନ୍ଦୁଝର: ଟ୍ରକ୍ ଧକ୍କାରେ ହାତ ଧରା ଧରି ହୋଇ ଚାଲିଗଲା ପୁରା ପରିବାର। ଗୋଟିଏ ପରିବାରର ତିନି ତିନୋଟି ମୁଣ୍ତ ନେଇଗଲା ଦୁର୍ଘଟଣା। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ। ଏକ ଟ୍ରକ, ମଟର ସାଇକେଲ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ବାପା ମାଆ ଏବଂ ପୁଅ, ସାନନଇ ରୁ ଦୋଳିତା ଆସୁଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା। ସଡକ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର୍ ଫେରାର ହୋଇଯାଇଛି। ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଦୋଳିତାରେ ଥିବା ଶାଶୁଘରକୁ ଝିଅ ଜୋଇଁ ଏବଂ ନାତି ବୁଲିବା ପାଇଁ ଏକ ବାଇକ୍ରେ ଆସିଥିଲେ। ଦୋଳିତା ଛକ ଘର ପାଖାରେ ପହଁଞ୍ଚିବା ବେଳକୁ ଏହି ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଐବନ ପ୍ରଧାନ, ତାଙ୍କ ସ୍ତ୍ରୀ ଏବଂ ପୁଅର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।