ଭୁବନେଶ୍ୱର: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବୁଧବାର ଏକ ଆଶ୍ୱସ୍ତି ଖବର ଆସିଛି । ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ । ଏନେଇ ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
ବିଜେଡି ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ ଅଗଷ୍ଟ ୨୨ରୁ ପୁରୁଣା କାର୍ଡରେ ଇ-କେୱାଇସି ଯାଞ୍ଚ ଆରମ୍ଭ ହୋଇଛି । ଏହା ସହ ନୂଆ କାର୍ଡ ପାଇଁ ମଧ୍ୟ ଆବେଦନ ଜାରି ରହିଛି । ନୂଆ ରାସନକାର୍ଡ ପାଇଁ ଏବେ ସୁଦ୍ଧା ୯ଲକ୍ଷରୁ ଅଧିକ ଲୋକ ଆବେଦନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୪୪ଲକ୍ଷ ୩୭ହଜାର ଲୋକଙ୍କର ଇ-କେୱାଇସି ଅପଡେଟ ସରିଥିବା ବେଳେ ଅନ୍ୟମାନଙ୍କ ଯାଞ୍ଚ ଚାଲିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ୧୦ଲକ୍ଷରୁ ଅଧିକ ହିତାଧିକାରୀ ରାସନ କାର୍ଡ ଅପେକ୍ଷାରେ ରହିଛନ୍ତି ।