ଭୁବନେଶ୍ୱର: ରାଜ୍ୟରେ କଲବଲ କରୁଛି ଘନ କୁହୁଡି। ରାତିରେ ଥଣ୍ଡା ସାଙ୍ଗକୁ ଭୋର ସମୟରେ ଘନ କୁହୁଡିରେ ଆଚ୍ଛାଦିତ ହେଉଛି ବିଭିନ୍ନ ଅଞ୍ଚଳ। ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ କମ ରହିଛି। ଏଥିପାଇଁ ଥଣ୍ଡା ଜାରି ରହିଛି। ଆଜି ରାଜଧାନୀ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି। କୁହୁଡ଼ିକୁ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଏକ ବଡ଼ ସୂଚନା ଜାରି କରାଯାଇଛି। ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ ବୋଲି ପକ୍ଷରୁ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ। ଏନେଇ ୧୭ଟି ଜିଲାକୁ ସତର୍କ ସୂଚନା ଦିଆଯାଇଛି।
ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ବାଲେଶ୍ୱର, ନୟାଗଡ଼, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ଅନୁଗୋଳ, ଢେଙ୍କାନାଳ ଜିଲାରେ ୨ ଦିନ କୁହୁଡ଼ି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅବଗତ କରାଯାଇଛି। ଏପରିକି ସତର୍କତାର ସହ ଗାଡି ଚଳାଚଳ କରିବାକୁ କୁହାଯାଇଛି।