ଭୁବନେଶ୍ୱର: ଆସନ୍ତା ମାସରେ ଓଡ଼ିଶା ଆସିବେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ମାର୍ଚ୍ଚ ୭ରେ ଅମିତ ଶାହ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି। ଶାହ ଓଡିଶାକୁ ଦିନିକିଆ ଗସ୍ତରେ ଆସିବେ। ତେବେ ତାଙ୍କ ଗସ୍ତ କାଳରେ ସେ ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ମିଳିଛି। କଟକ ମୁଣ୍ଡଳି ଯାଇ ସିଆରପିଏଫ୍ ପ୍ରତିଷ୍ଠା ଦିବସରେ ଯୋଗ ଦେବେ। ଏହାସହିତ ନକ୍ସଲ ଦମନ ଓ ଭାରତୀୟ ନ୍ୟାୟ ସଂହିତାର ସମୀକ୍ଷା କରିପାରନ୍ତି ଅମିତ ଶାହ।