ଯାଜପୁର: ଯାଜପୁରରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳିକାକୁ ଦୁଷ୍କର୍ମ ସହିତ ତାର ଗର୍ଭପାତ କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଦୁଇ ଦିନ ତଳେ ନାବାଳିକା ଜଣକ ବ୍ୟାସନଗରର ଜଣେ ବୃଦ୍ଧଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ତାଙ୍କର ଗର୍ଭପାତ କରାଯାଇଥିବା କହିଥିଲେ ।
ସେପଟେ ଯାଜପୁର ରୋଡ୍ ପୋଲିସ ଅଭିଯୁକ୍ତଙ୍କ ଘର ନିକଟରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଛି । ସ୍ଥାନୀୟ ଲୋକେ ପ୍ରଥମେ ଏକ ଶିଶୁ କାନ୍ଦୁଥିବାର ଦେଖି ଉଦ୍ଧାର କରିଥିଲେ । ଏହା ପରେ ପୋଲିସ ହେପାଜତକୁ ଦେଇଥିଲେ । ଯାଜପୁର ରୋଡ୍ ମେଡିକାଲରେ ଉକ୍ତ ନବଜାତକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସମୟ ପୂର୍ବରୁ ଶିଶୁଟି ଜନ୍ମ ହୋଇଥିବା ଡାକ୍ତର ସନ୍ଦେହ କରିଛନ୍ତି । ଶିଶୁଟି ସପ୍ତାହକର ହୋଇଥିବା ଅନୁମାନ କରାଯାଉଛି । ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ ।
ଅନ୍ୟପକ୍ଷେ ଦୁଷ୍କର୍ମ ଅଭିଯୋଗରେ ଗର୍ଭପାତ ଅଭିଯୋଗ ପାଇଁ ଘରୋଇ ହସ୍ପିଟାଲର ଏମ୍ ଡିକୁ ପୋଲିସ ଗିରଫ କରିଥିଲା । ସେପଟେ ବୃଦ୍ଧ ଜଣଙ୍କୁ ଗିରଫ କରାଯାଇଛି । ତେବେ ଉଦ୍ଧାର ନବଜାତ ଶିଶୁ କନ୍ୟା କାହାର ତାହା ସ୍ପଷ୍ଟ ହୋଇ ନାହିଁ ।