ଭୁବନେଶ୍ଵର: ସୋମବାର ପ୍ରକାଶ ପାଇଛି ଜେଇଇ ମେନ ରେଜଳ୍ଟ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଜେଇ ମେନ୍ ୨୦୨୬ର ସେସନ୍-୧ ଫଳାଫଳ ପ୍ରକାଶ କରିଛି। ଦିଲ୍ଲୀର ଶ୍ରେୟାସ ମିଶ୍ରା ଟପ୍ପର ହୋଇଛନ୍ତି। ମେନ୍ ପରୀକ୍ଷାରେ ମୋଟ ୧୨ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ସ୍କୋର କରିଛନ୍ତି । ଟପ୍ ୧୦ର ଷଷ୍ଠ ସ୍ଥାନରେ ଅଛନ୍ତି ଓଡ଼ିଶାର ଭବେଶ ପାତ୍ର। ଏଥର ପ୍ରାୟ ୧୩.୦୪ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ୧୨ ଜଣ ଛାତ୍ର ୧୦୦ ପ୍ରତିଶତ ମାର୍କ ରଖିଛନ୍ତି।
ସୂଚନାଯୋଗ୍ୟ, ଜେଇଇ ମେନ ୨୦୨୬ରେ ସେଶନ ୧ରେ ୧୩.୫୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ ଏବଂ ୧୩.୦୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥିରୁ ୮,୫୫,୦୮୫ ପୁରୁଷ ଏବଂ ୪,୪୯,୫୬୮ ମହିଳା ଥିଲେ । ସାଧାରଣ ବର୍ଗରେ ୨,୯୫,୦୭୮ ପୁରୁଷ ପରୀକ୍ଷା ଦେଇଥିଲେ, ମହିଳା ୧,୫୭,୭୪୭ ମହିଳା ଅଂଶଗ୍ରହଣ କରିଥିଲେ ।
ଶ୍ରେୟାସ ମିଶ୍ରା - ଦିଲ୍ଲୀ
ନରେନ୍ଦ୍ର ବାବୁ - ଆନ୍ଧ୍ରପ୍ରଦେଶ
ଶୁଭମ୍ କୁମାର - ବିହାର
କବୀର ଛିଲ୍ଲର - ରାଜସ୍ଥାନ
ଚିରଞ୍ଜୀବ କର - ରାଜସ୍ଥାନ
ଭବେଶ ପାତ୍ର- ଓଡ଼ିଶା
ଅନୟ ଜୈନ- ହରିୟାଣା
ଅର୍ଣ୍ଣବ ଗୌତମ - ରାଜସ୍ଥାନ
ପାସଲା ମୋହିତ – ଆନ୍ଧ୍ର ପ୍ରଦେଶ
ମାଧବ ବିରାଦିଆ-ମହାରାଷ୍ଟ୍ର
ପୁରୋହିତ ନିୟମ-ଗୁଜରାଟ
ଭିଭାନ ଶରଦ ମାହେଶ୍ୱରୀ-ତେଲଙ୍ଗାନା
Also read: କଡ଼ା ସୁରକ୍ଷା ଭିତରେ ଚାଲିବ ଚଳିତ ବଜେଟ୍ ଅଧିବେଶନ; ୩୪ ପ୍ଲାଟୁନ ପୋଲିସ ଫୋର୍ସ ସହ ଜଗିବେ ବ୍ଲାକ କମାଣ୍ଡୋ