କୋରାପୁଟ: ଜୟପୁରରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ବିକ୍ରମଦେବ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ଏକ କବାଡ଼ିଖାନାରେ ନିଆଁ ଲାଗିଯାଇଛି । ଅଳିଆ ଆବର୍ଜନା ପଡ଼ିଥିବାରୁ ହୁ ହୁ ହୋଇ ନିଆଁ ସବୁଆଡେ ବ୍ୟାପିଯାଇଥିଲା । ଗତକାଲି ମଧ୍ୟରାତ୍ର ସମୟରେ ଏଭଳି ଅଗ୍ନିକାଣ୍ଡ ଘଟିଛି । ସବୁଠାରୁ ବଡ କଥା ହେଉଛି ଏଥିରେ କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ କର୍ମଚାରୀ ନିଆକୁ ଆୟତ୍ତ କରିଥିବା ଦେଖିବାକୁ ମିଳିଛି ।