ବାଲେଶ୍ୱର: ଆଜି ହେଉଛି ମହାଶିବରାତ୍ରୀ । ଓଁ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବାଳୟ । ତେବେ ଚଳିତ ବର୍ଷ ଅନନ୍ୟ ଭାବେ ଏସିଆର ସର୍ବବୃହତ ଶିବଲିଙ୍ଗ ଭୋଗରାଇର ବାବା ଭୂଷଣ୍ଡେଶ୍ୱର ଶୈବପୀଠରେ ପ୍ରଜ୍ଜଳନ କରାଯିବ ଏକ ଲକ୍ଷ ଦୀପ। ଯେଉଁଥିରେ ଆଲୋକିତ ହୋଇ ଉଠିବ ସମଗ୍ର ଅଞ୍ଚଳ। ବାବାଙ୍କୁ ଆରଧନା କରିବା ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ଭାବେ ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ବାଲେଶ୍ୱର ଜିଲା ଭୋଗରାଇ ବ୍ଳକର ଥିବା ଏସିଆର ସର୍ବ ବୃହତ ଶିବଲିଙ୍ଗ ବାବା ଭୂଷଣ୍ଡେଶ୍ୱର ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥିଲା । ଜାଗର ଜାଳିବା ପାଇଁ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ଚଳିତ ବର୍ଷ ସ୍ୱତନ୍ତ୍ର ଭାବେ ମନ୍ଦିର ଟ୍ରଷ୍ଟ ଏକ ଲକ୍ଷ ଦୀପ ପ୍ରଜ୍ଜଳନ କରାଯିବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଯାହା ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷଣ ପାଲଟିବ । ତେବେ ଭକ୍ତ ସମାଗମକୁ ଆଖି ଆଗରେ ରଖି ଶାନ୍ତିଶୃଙ୍ଖଳାର ସହ ବାବାଙ୍କୁ ଦର୍ଶନ କରିବେ ଓ ଦୀପ ଜାଳିବେ ସେ ନେଇ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।