ପୁରୀ: ପୁରୀ ସମୁଦ୍ରରେ ଏକ ବଡ଼ ଅଘଟଣା ଟଳିଯାଇଛି । ସମୁଦ୍ର ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଲାଇଫ୍ ଗାର୍ଡ ଉଦ୍ଧାର କରିଛନ୍ତି । ପର୍ଯ୍ୟଟକମାନେ ହେଲେ ଖୋର୍ଦ୍ଧାର ବିଭୂ ଦାସ, ହାପି ଦାସ ଓ ସୁଜ୍ଞାନ ଦାସ ।
ଖୋର୍ଦ୍ଧା ଅଞ୍ଚଳର ତିନି ଜଣ ପର୍ଯ୍ୟଟକ ବିଭୂ ଦାସ, ହାପି ଦାସ ଓ ସୁଜ୍ଞାନ ଦାସ ତାଙ୍କ ପରିବାର ସହ ସେକ୍ଟର ୨ ନମ୍ବର ବେଳାଭୂମି ଅର୍ଥାତ ଦିଗବାରେଣୀ ଵେଳାଭୂମିରେ ସ୍ନାନ କରୁଥିଲେ । ଏହି ସମୟରେ ରିପ୍ କରେଣ୍ଟ ସହ ବଡ଼ ଲହଡି ମାଡ଼ରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। ତାଙ୍କ ପରିବାର ଲୋକେ ଏହା ଦେଖି ଲାଇଫଗାର୍ଡଙ୍କୁ ଖବର ଦେଇଥିଲେ । ସରକାରୀ ଲାଇଫଗାର୍ଡ ଦେବଦୂତ ସାଜି ଗଭୀର ସମୁଦ୍ରକୁ ଯାଇ ଉକ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ରହିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ସ୍ଥିର ରହିଛି ।