ଭୁବନେଶ୍ୱର: ଭୁବନେଶ୍ୱରରେ ଶ୍ରୀ ଲିଙ୍ଗରାଜ ପୀଠରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମନ୍ଦିର ଭିତରେ ଦୁଇ ସେବାୟତ ଗୋଷ୍ଠୀ ହାତାହାତି ହୋଇଥିବା ସୂଚନା ମିଳିଛି ।
ଆଜି ସକାଳେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଛି । ଭକ୍ତମାନେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି । କିନ୍ତୁ ସେପଟେ ମନ୍ଦିରରେ ଭିତରେ ଭିଆଇପି ଦର୍ଶନକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ସେବାୟତମାନେ ନିଜ ପରିବାର ସଦସ୍ୟଙ୍କୁ ଅଲଗା ନେଇ ଦର୍ଶନ କରୁଥିବାର ଅଭିଯୋଗ ହୋଇଛି । ଯାହାକୁ ନେଇ ଦୁଇ ସେବାୟତ ଗୋଷ୍ଠୀ ଧସ୍ତାଧସ୍ତି ହୋଇଛି । ପୋଲିସ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିଛି ।
ତେବେ ସେବାୟତ ମଧ୍ୟରେ ବିଶୃଙ୍ଖଳା ପାଇଁ ନାତିକାନ୍ତି ଉପରେ ପ୍ରଭାବ ପଡ଼ିନଥିବା ଜଣାପଡ଼ିଛି । ମହାପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରେ ଚାଲିଥିବା ସୂଚନା ମିଳିଛି ।