ମାଲକାନଗିରି: ମାଲକାନଗିରିରୁ ବିଶାଖାପାଟନମ୍ ଯାଉଥିବା ଓଏସ୍ଆରଟିସି ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏମଭି- ୭ରୁ ବିଶାଖାପାଟନମ ଯାଉଥିବା ବସଟି ସାଲୁର ବାଇପାସ ନିକଟରେ ଓଲଟି ପଡ଼ିଛି । ଷ୍ଟିଅରିଂ ଲକ୍ ହେବା ଦ୍ଵାରା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା କୁହାଯାଉଛି । ଗାଡ଼ିରେ ମୋଟ ୨୯ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସାଲୁରରୁ ବିଜୟନଗରମ ମେଡ଼ିରକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ସାଲୁର ପୋଲିସ ପହଁଚି କରୁଛି ଘଟଣାର ଯାଞ୍ଚ କରିଛି ।