ନୂଆଦିଲ୍ଲୀ: ବାଂଲାଦେଶ ନ୍ୟାସନାଲ୍ ପାର୍ଟୀ (ବିଏନପି) ନୂତନ ସରକାର ଗଢ଼ିବାକୁ ଯାଉଛି । ଦଳର ନେତା ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତେବେ ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବେ ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ତାରିକ ରହମାନଙ୍କ ଶପଥ ସମାରୋହରେ ସାମିଲ ହେବେ ।
ଫେବ୍ରୁଆରୀ ୧୨ ତାରିଖରେ ହୋଇଥିବା ନିର୍ବାଚନରେ ବିଏନପି ୩୦୦ ଆସନରୁ ୨୧୨ଟିରେ ବିଜୟ ହାସଲ କରିଛନ୍ତି । ଦୀର୍ଘ ୧୫ ବର୍ଷ ହେବ ଦେଶଠୁ ଦୂରେଇ ରହିଥିବା ତାରିକ ରେହମାନ ପ୍ରଧାନମନ୍ତ୍ରୀ ହେବେ । ଆସନ୍ତା ୧୭ ତାରିଖରେ ଶପଥ ଗ୍ରହଣ ହେବ । ରହମାନ ଔପଚାରିକ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଉଚ୍ଚ ସ୍ତରୀୟ ପ୍ରତିନିଧିତ୍ୱରେ ଦୁଇ ଦେଶର ସମ୍ପର୍କରେ ବଡ଼ ପ୍ରଭାବ ପକାଇ ପାରେ । ଭାରତ ଓ ବାଂଲାଦେଶ ମଧ୍ୟରେ ଐତିହାସିକ, ସାଂସ୍କୃତିକ ତଥା ସାମାଜିକ ସମ୍ପର୍କ ଲମ୍ବା ସମୟ ଧରି ରହିଆସିଛି । ଶପଥ ସମାରୋହରେ ଭାରତର ଉପସ୍ଥିତି ଦ୍ୱିପାକ୍ଷିକ ସମ୍ପର୍କର ନିରନ୍ତରତା ଏବଂ ସହଯୋଗ ଭାବନା ସହିତ ଦେଖାଯାଉଛି ।