ନୂଆଦିଲ୍ଲୀ: ଭାରତ ଏଆଇ-ଇମ୍ପାକ୍ଟ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି । ଆସନ୍ତା ୧୬ ରୁ ୨୦ ତାରିଖ ଏହି ସମ୍ମିଳନୀ ଚାଲିବେ । ଏଥିରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଦେଶ ଯୋଗ ଦେବେ । ୟୁରୋପ, ଆମେରିକା, ରୁଷିଆ ଠାରୁ ଆରମ୍ଭ କରି ବଡ଼ ବଡ଼ ଦେଶ ଅଂଶ ଗ୍ରହଣ କରିବେ । ତେବେ ଏଥିରେ ପଡ଼ୋଶୀ ପାକିସ୍ତାନକୁ ନିମନ୍ତ୍ରଣ କରାଯାଇନଥିବା ଜଣାପଡ଼ିଛି । ଯେଉଁଥିପାଇଁ ବିଶ୍ୱ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଏଆଇ-ଇମ୍ପାକ୍ଟ ସମିଟ୍ ମୂଳ ସୂତ୍ର ରହିଛି ପିପିପି ଜନତା (People), ପୃଥ୍ୱୀ (Planet) ଓ ପ୍ରଗତି (Progress) । ଏଥିରେ କୃତ୍ରିମ ବୁଦ୍ଧିମତା ବା ଏଆଇର ବିଭିନ୍ନ ନୀତି ନିର୍ଦ୍ଧାରଣ, ନିବେଶ, ଅନୁସନ୍ଧାନ, ସୁରକ୍ଷା ଆଦି ସମ୍ପର୍କରେ ଆଲୋଚନା ହେବ । ସମ୍ମିଳନୀରେ ଭାଗ ନେବାକୁ ଥିବା ଦେଶଙ୍କ ଚୟନ ରଣନୈତିକ ଏବଂ ନୀତିଗତ ମାନଦଣ୍ଡ ଉପରେ ଆଧାରିତ । ଯେଉଁ ଦେଶ ଦାୟିତ୍ୱ ସମ୍ପନ୍ନ, ସୁରକ୍ଷିତ ଏବଂ ମାନବ-କେନ୍ଦ୍ରିକ ଏଆଇ ବିକାଶ କରିବାର ଦୃଷ୍ଟି କୋଣ ରଖିଛନ୍ତି ଭାରତ ସେମାନଙ୍କ ସହିତ ସମ୍ପର୍କ ବଢ଼ାଇବାକୁ ଉଦ୍ଦେଶ୍ୟ ରଖିଛି । ଏଆଇ ଦ୍ୱାରା କିପରି ବିଭିନ୍ନ ସମସ୍ୟା, ଯଥା ସ୍ୱାସ୍ଥ୍ୟ, ଶିକ୍ଷା, ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥିକ ବିକାଶର ସମାଧାନ କରିହେବ ତାହା ଉପରେ ଗଭୀର ଆଲୋଚନା ହେବ ।
ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ନିମନ୍ତ୍ରଣରେ ଅନେକ ଦେଶର ରାଷ୍ଟ୍ର ଅଧ୍ୟକ୍ଷ ଏବଂ ସରକାରୀ ପ୍ରତିନିଧି ସାମିଲ ହେବେ । ୪୫ଟି ଦେଶର ମନ୍ତ୍ରୀ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ଯୋଗ ଦେବାର ସମ୍ଭାବନା ରହିଛି । ୟୁନାଇଟେଡ୍ ନେସନର ମହାସଚିବ ଏବଂ ଅନ୍ତରାଷ୍ଟ୍ରୀୟ ସଂଗଠନ ସାମିଲ ହେବେ ଯ
ପାଞ୍ଚ ଦିନ ଧରି ଚାଲିବାକୁ ଥିବା ସମ୍ମିଳନୀରେ ୧୦୦ରୁ ଉର୍ଦ୍ଧ୍ୱ ଦେଶ ସହିତ ୫୦ରୁ ଉର୍ଦ୍ଧ୍ୱ ବଡ଼ ବଡ଼ କମ୍ପାନୀର ସିଇଓ ମାନେ ଯୋଗେ ଦେବେ । ଯେଉଁଥିରେ ଗୁଗୁଲ ସିଇଓ ସୁନ୍ଦର ପିଚାଇ, ଡିପ୍ ମାଇଣ୍ଡ ସିଇଓ ଡେମିସ୍ ହସାବିସ୍, ଓପନ୍ଏଆଇ ସିଇଓ ସ୍ୟାମ୍ ଅଲ୍ଟମେନ୍, ଏନ୍ଥ୍ରୋପିକ୍ ସିଇଓ କେ ଡାରିୟୋ ଅମୋଡେଇ, ମାଇକ୍ରୋସପ୍ଟ ଅଧ୍ୟକ୍ଷ ବ୍ରେଡ୍ ସ୍ମିଥ୍ ଏବଂ ମେଟାର ଏଆଇ ମୁଖ୍ୟ ବୈଜ୍ଞାନିତ ୟାନ୍ ଲେକୁନ ପ୍ରମୁଖ ସାମିଲ ହେବେ ।