ନୂଆଦିଲ୍ଲୀ: ବାଂଲାଦେଶର ତ୍ରୟୋଦଶ ସାଧାରଣ ନିର୍ବାଚନରେ ତାରିକ ରହମାନଙ୍କ ନେତୃତ୍ୱରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିପୁଳ ବିଜୟ ହାସଲ କରିଛି । ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ କିଏ ଦୁଷ୍କର୍ମକାରୀ ତ ଆଉ କିଏ ଆତଙ୍କବାଦୀ ତାଲିକାରେ ରହିଛନ୍ତି । ତଥାପି ବାଂଲା ଜନତା ଏମାନଙ୍କୁ ଭୋଟ୍ ଦେଇ ନିଜର ନେତା ବାଛିଛନ୍ତି । ଏପରି ଦୁଇ ଜଣ ପ୍ରାର୍ଥୀ ବିଏନପିର ଏବଂ ଜଣେ ଜମାତ-ଏ-ଇସଲାମିର ଥିଲେ।
ଲୁଫ୍ତୋଜ୍ଜମାନ୍ ବାବର- ଶେଖ୍ ହସିନାଙ୍କ ଉପରେ ଆକ୍ରମଣ
ଶେଖ ହସିନାଙ୍କ ସରକାର ସମୟରେ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। କିନ୍ତୁ, ଯେତେବେଳେ ଶେଖ ହସିନାଙ୍କ ସରକାରର ପତନ ହେଲା ଏବଂ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଗଲା, ତାଙ୍କ ଦଣ୍ଡକୁ ମଧ୍ୟ କୋହଳ କରାଯାଇଥିଲା। ବିଏନପି ନେତା ଲୁଫ୍ତୋଜ୍ଜମାନ୍ ବାବର ଏବଂ ଅବଦୁସ୍ ସଲାମ୍ ପିଣ୍ଟୁ ଉଭୟ ବିଏନପି ନେତାଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆସିଥିଲା। ଜମାତ-ଏ-ଇସଲାମି ନେତା ଆଝାରୁଲ୍ ଇସଲାମଙ୍କ ବିରୁଦ୍ଧରେ ଆତଙ୍କବାଦ ଏବଂ ଦେଶ ବିରୋଧୀ କାର୍ୟ୍ୟକଳାପରେ ସମ୍ପୃକ୍ତି ଅଭିଯୋଗ ହୋଇଥିଲା। ଡିସେମ୍ବର ୨୦୦୪ ରେ, ବାଂଲାଦେଶ ହାଇକୋର୍ଟ ତାରିକ ରହମାନ, ଲୁଫ୍ତୋଜ୍ଜମାନ ବାବର ଏବଂ ୨୦୨୧ ଗ୍ରେନେଡ୍ ଆକ୍ରମଣ ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ସେମାନଙ୍କ ଉପରେ ଶେଖ୍ ହସିନାଙ୍କ ଉପରେ ଗ୍ରେନେଡ୍ ଆକ୍ରମଣର ଯୋଜନା ଅଭିଯୋଗ ଥିଲା । ଯେଉଁଥିରେ ଅତି କମରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା। ତଥାପି, ଶେଖ୍ ହସିନା ବଞ୍ଚି ଯାଇଥିଲେ।ଲୁପ୍ତୋଜ୍ଜମାନ ବାବର ଏହି ନିର୍ବାଚନରେ ୧.୬ ଲକ୍ଷ ଭୋଟରେ ଜିତିଥିଲେ।
ଅବଦୁଲ ସଲାମ ପିଣ୍ଟୁ- ଭାରତରେ ବହୁ ଆତଙ୍କବାଦୀ ଆକ୍ରମଣରେ ଜଡ଼ିତ
ବାବରଙ୍କ ନିଜ ଦଳର ସଦସ୍ୟ ଅବଦୁଲ ସଲାମ ପିଣ୍ଟୁଙ୍କ ଉପରେ ଭାରତ ବିରୋଧୀ ସଂଗଠନ ସହିତ ସମ୍ପର୍କ ରଖିବାର ଅଭିଯୋଗ ଥିଲା। ବାବରଙ୍କ ଦୋଷମୁକ୍ତ ହେବାର ଗୋଟିଏ ବର୍ଷ ପରେ, ପିଣ୍ଟୁଙ୍କୁ ମଧ୍ୟ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ପିଣ୍ଟୁଙ୍କ ଉପରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ହରକତ-ଉଲ-ଜିହାଦ-ଅଲ-ଇସଲାମି ସହିତ ଜଡିତ ଥିବାର ମଧ୍ୟ ଅଭିଯୋଗ ଥିଲା। ଏହି ସଂଗଠନ ୨୦୦୬ ମସିହାରେ ଉତ୍ତର ପ୍ରଦେଶର ବାରାଣସୀରେ ବୋମା ବିସ୍ଫୋରଣ, ୨୦୦୭ ମସିହାରେ ଆଜମେର ଶରିଫ ଦରଗାରେ ବୋମା ବିସ୍ଫୋରଣ ଏବଂ ୨୦୧୧ ମସିହାରେ ଦିଲ୍ଲୀରେ ବୋମା ବିସ୍ଫୋରଣ ଘଟାଇଥିବାର ଅଭିଯୋଗ ଥିଲା। ପିଣ୍ଟୁ ଏହି ନିର୍ବାଚନରେ ଦୁଇ ଲକ୍ଷ ଭୋଟ ବ୍ୟବଧାନରେ ଜିତିଥିଲେ।
ଆଝାରୁଲ୍ ଇସଲାମ୍-୧୨୦୦ ରୁ ଅଧିକ ହତ୍ୟା, ୧୩ ଟି ବଳାତ୍କାର ମାମଲା
ତୃତୀୟ ନେତା ଆଝାରୁଲ୍ ଇସଲାମ୍ ଜଣେ ବରିଷ୍ଠ ଜମାତ ନେତା । ସେ ୧୯୯୮ ମସିହାରୁ ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରି କରି ଶେଷରେ ତାଙ୍କର ଭାଗ୍ୟ ବଦଳି ଯାଇଛି। ସେ ୨୦୧୨ ମସିହାରୁ ଜମାତ-ଏ-ଇସଲାମିର ସାଧାରଣ ସମ୍ପାଦକ ପଦବୀରେ ଅଛନ୍ତି । ୧୯୭୧ ଯୁଦ୍ଧ ସମୟରେ ଆଝାରୁଲ ଇସଲାମ ୧୨୦୦ ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ । ତାଙ୍କ ବିରୁଦ୍ଧରେ ୧୩ ଟି ବଳାତ୍କାର ଅଭିଯୋଗ ମଧ୍ୟ ରହିଛି । ୨୦୧୪ ମସିହାରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତଥାପି, ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ ତାଙ୍କୁ ତାଙ୍କର ସମସ୍ତ ଅପରାଧ ପାଇଁ କ୍ଷମା କରିଦେଇଥିଲେ ଏବଂ ତାଙ୍କ ଦଣ୍ଡାଦେଶକୁ ପ୍ରତ୍ୟାହାର କରିଦିଆଯାଇଥିଲା।