ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ଭାରତ ଗସ୍ତରେ ଆସିବେ । ୨୭ ମାର୍ଚ୍ଚ, ୨୦୨୬ରେ ବାଲେନ୍ଦ୍ର ଶାହ ନେପାଳର ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ କାର୍ୟ୍ୟକ୍ରମ । ୨୨ ନଭେମ୍ବରରେ ବାଲେନ ଶାହ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି । ଏହି ଗସ୍ତରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ ହେବାର ଆଶଙ୍କା କରାଯାଉଛି ।
ନେପାଳ ବୈଦେଶିକ ମନ୍ତ୍ରାଳୟ ସଚିବ ଅମୃତ ବାହାଦୂର ରାୟ ଙ୍କ ସୂଚନା ଆଧାରରେ, ବାଲେନ ଶାହ ତାଙ୍କର ୩୪ ଜଣିଆ ମନ୍ତ୍ରୀମଣ୍ଡଳ ସହିତ ଭାରତ ଆସିବେ । ସେ ଏଥିରେ ନେପାଳ ଅର୍ଥ ମନ୍ତ୍ରୀ ସ୍ୱର୍ଣ୍ଣିଂ ବାଗଲେ ଓ ବୈଦେଶିକ ମନ୍ତ୍ରୀ ଶିଶିର ଖନାଲ ମଧ୍ୟ ରହିବେ । ସେହିପରି ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା କୁମାର ବ୍ୟଞ୍ଜନକର ଏବଂ ଅନ୍ୟ ବରିଷ୍ଠ ଅଧକାରୀଗଣ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀଙ୍କ ପ୍ରତିନିଧି ଦଳ ସହିତ ଏକ ସ୍ୱତନ୍ତ୍ର ବ୍ୟବସାୟିକ ପ୍ରତିନିଧି ଦଳ ମଧ୍ୟ ଭାରତ ଗସ୍ତ କରିବେ।
ଏହି ଗସ୍ତରେ ବାଲେନ୍ଦ୍ର ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରିବେ । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିବେ । ଏହି ଉଚ୍ଚସ୍ତରୀୟ ଆଲୋଚନାରେ ବାଣିଜ୍ୟ, ପରିବହନ, ଶକ୍ତି ଓ ନିବେଶ ଭଳି କ୍ଷେତ୍ରରେ ଅର୍ଥନୈତିକ ସହଯୋଗ ବୃଦ୍ଧି କରିବା ସହ ସଂଯୋଗ ନେଟୱାର୍କ ଏବଂ ଭିତ୍ତିଭୂମିର ବିକାଶ ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ ଆଲୋଚନା କରାଯିବ। ଦ୍ୱିପାକ୍ଷିକ ବୈଠକ ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହାକାଶ, ବିପର୍ୟ୍ୟୟ ପରିଚାଳନା ଏବଂ ମାନବ ସମ୍ବଳ ବିକାଶ ଭଳି କ୍ଷେତ୍ରରେ ବୁଝାମଣା ପତ୍ର (ଗକ୍ଟଟ) ସ୍ୱାକ୍ଷରିତ ହେବ।