ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆସାମ ଗସ୍ତରେ ଅଛନ୍ତି । ଏହି ଗସ୍ତରେ ପିଏମ ମୋଦୀ ଚୀନକୁ ସିଧାସଳଖ ସନ୍ଦେଶ ଦେଇଛନ୍ତି । ତାଙ୍କର ବିମାନ ଚୀନ ସୀମା ସଂଲଗ୍ନ ଆସାମର ଡିବ୍ରଗୁଡରେ ନିର୍ମିତ ଏମରଜେନ୍ସିଂ ଲ୍ୟାଣ୍ଡିଂ ଫ୍ୟାସିଲିଟି(ଇଏଲଏଫ)ରେ ଅବତରଣ କରିଛି । ଏହା ପରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଓ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସନୱାଲ ତାଙ୍କର ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦିନିକିଆ ଗସ୍ତରେ ମୋରନ ବାଇପାସ ନିକଟରେ ନିର୍ମିତ ଇଏଲଏଫ ସହିତ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି ।
ଚୀନ ପାଇଁ କଡା ସନ୍ଦେଶ
ଗତ ତିନି ମାସରେ ମୋଦୀଙ୍କ ଏହା ତୃତୀୟ ଆସାମ ଗସ୍ତ । ରାଜ୍ୟରେ ଆଉ କିଛି ମାସ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ମୋରନ ବାଇପାସରେ ଫାଇଟର ଓ ପରିବହନ ବିମାନ ସହିତ ହେଲିକପ୍ଟର ନିଜର କଳା କୌଶଳ ପ୍ରଦର୍ଶନ କରିଛନ୍ତି । ପୂର୍ବୋତର ରାଜ୍ୟରେ ଏହା ପ୍ରଥମ ଏମରଜେନ୍ସିଂ ଲ୍ୟାଣ୍ଡିଂ ସୁବିଧା । ଏଠାରେ ସେନା ଓ ନାଗରିକ ବିମାନର ଉଡାଣ ଓ ଅବତରଣର ସୁବିଧା ମିଳିବ । ଏମିତିରେ ଏହାକୁ ଚୀନ ପାଇଁ ଏକ କଡା ସନ୍ଦେଶ ବୋଲି କୁହାଯାଉଛି ।
ଏହି ଲ୍ୟାଣ୍ଡିଂ ସୁବିଧାକୁ ଭାରତୀୟ ବାୟୁସେନା ସହ ମିଶି ପ୍ରସ୍ତୁତ କରାଯାଇଛି । ଏହାର ଉଦ୍ଦେଶ୍ୟ ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ମଜବୁତ କରିବା । ପ୍ରାକୃତିକ ବିପର୍ଯ୍ୟ କିମ୍ବା ପଡୋଶୀ ସହ ଉତ୍ତେଜନା ସ୍ଥିତିରେ ରଣନୀତି ଭାବେ ଏହାର ଉପଯୋଗ କରାଯାଇ ପାରିବ । ୪୦ ଟନ ପର୍ଯ୍ୟନ୍ତ ଲଢୁଆ ବିମାନ ଓ ୭୪ ଟନ ପର୍ଯ୍ୟନ୍ତ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟର ଲ୍ୟାଣ୍ଡିଂ ଓ ଟେକଅଫ ପାଇଁ ଏହାକୁ ନିର୍ମାଣ କରାଯାଇଛି ।
Also read: ଭାରତ-ପାକିସ୍ତାନ ଟି୨୦ ବିଶ୍ୱକପ୍ ମ୍ୟାଚ୍ ପୂର୍ବରୁ ବିଜ୍ଞାପନ ବଜାରରେ ଉଷ୍ମତା, ୧୦ ସେକେଣ୍ଡର ମୂଲ୍ୟ କେତେ?