ନୂଆଦିଲ୍ଲୀ: ବାଂଲାଦେଶର ଇତିହାସରେ ୨୦୨୬ ଫେବୃଆରୀ ୧୨ ତାରିଖକୁ ଏକ ନୂଆ ଯୁଗର ଅୟମାରମ୍ଭ ଭାବେ ଦେଖା ଯାଉଛି । ଦେଶରେ ସଂପନ୍ନ ସାଧାରଣ ନିର୍ବାଚନରେ ତାରିକ ରେହମାନଙ୍କ ନେତୃତ୍ୱାଧୀନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନପି) ମେଣ୍ଟ ୨୯୭ରୁ ୨୧୦ ସିଟ୍ ଜିତି ପ୍ରଚଣ୍ଡ ବିଜୟ ହାସଲ କରିଛି । ବିଜୟ ସହିତ ପ୍ରାୟ ୩୫ ବର୍ଷପରେ ବାଂଲାଦେଶକୁ ତାରିକ ରେହମାନଙ୍କ ରୂପେ ଏକ ପୁରୁଷ ପ୍ରଧାନମନ୍ତ୍ରୀ ମିଳିବାକୁ ଯାଉଛି ।
ଏହି ନିର୍ବାଚନ କେବଳ କ୍ଷମତା ହସ୍ତାନ୍ତରଣ ପାଇଁ ନ ଥିଲା, ବରଂ ଦେଶର ଶାସନ ପ୍ରଣାଳୀକୁ ସଂପୂର୍ଣ୍ଣ ବଦଳାଇବା ପାଇଁ ଏକ ରାଷ୍ଟ୍ରୀୟ ଜନମତ ସଂଗ୍ରହ ଥିଲା । ନିର୍ବାଚନ ଆୟୋଗ ଦ୍ୱାରା ଶୁକ୍ରବାର ଜାରି ତଥ୍ୟ ଅନୁସାରେ ଜନମତ ସଂଗ୍ରହରେ ୬୦.୨୬ ପ୍ରତିଶତ ଜନତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଏଥିରେ ୭୦ ପ୍ରତିଶତ ଲୋକ ଭାରତ ପରି ସଂସଦୀୟ ବ୍ୟବସ୍ଥା ପକ୍ଷରେ ମତଦାନ ଦେଇଛନ୍ତି।
ମତଦାତା ବ୍ୟାପକ ସୁଧାର ପ୍ୟାକେଜ୍, ଯାହାକୁ ଜୁଲାଇ ଚାର୍ଟର ୨୦୨୫ କୁହାଯାଏ । ଏହି ଚାର୍ଟର ୨୦୨୪ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ କ୍ଷମତାରୁ ହଟାଇବା ପାଇଁ ହୋଇଥିବା ବିଦ୍ରୋହ ପରେ ପ୍ରସ୍ତୁତ କରାଯାଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ କ୍ଷମତାର କେନ୍ଦ୍ରୀୟକରଣକୁ ରୋକିବା ଓ ରାଜ୍ୟର ପ୍ରମୁଖ ସଂସ୍ଥାକୁ ପୁନର୍ଗଠିତ କରିବା ଯଦ୍ୱାରା ଭବିଷ୍ୟତରେ ଏକଛତ୍ରବାଦୀ ଓ ଫାଶିବାଦୀ ଶାସନର ପୁନରାବୃତ୍ତି ନ ଘଟିବ । ଏହି ଚାର୍ଟରରେ ୮୪ ସୁଧାର ବିନ୍ଦୁ ସାମିଲ । ଏହାକୁ ଲାଗୁ କରିବା ପାଇଁ ଏକ ସାମ୍ବିଧାନିକ ସୁଧାର ପରିଷଦ ୨୭୦ କାର୍ଯ୍ୟ ଦିବସ ଭିତରେ କାମ କରିବେ ।
ଜୁଲାଇ ଚାର୍ଟରର ପ୍ରମୁଖ ପ୍ରସ୍ତାବ
୧ - ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳର ସୀମା- କ୍ଷମତାର ଦୀର୍ଘକାଳୀନ କେନ୍ଦ୍ରୀୟକରଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଇଁ କାର୍ଯ୍ୟକାଳ ସୀମା ନିର୍ଦ୍ଧାରଣ କରିବା ।
୨ - ଦ୍ୱିସଦନୀୟ ସଂସଦ- ବିଧାୟୀ ଶକ୍ତିକୁ ସନ୍ତୁଳିତ କରିବା ପାଇଁ ୧୦୦ ସିଟ୍ ବିଶିଷ୍ଟ ଏକ ନୂଆ ଉଚ୍ଚ ସଦନର ନିର୍ମାଣ, ଯେଉଁଥିରେ ସିଟ୍ ପାର୍ଟିର ରାଷ୍ଟ୍ରୀୟ ଭୋଟ୍ ସେୟାର ଆଧାରରେ ଆବଣ୍ଟିତ କରାଯିବ । ଭାରତ ପରି ଲୋକସଭା ଓ ରାଜ୍ୟସଭା ପରି ଦୁଇଟି ସଦନ ଚାହାନ୍ତି ବାଂଲାଦେଶବାସୀ ।
୩ – କାର୍ଯ୍ୟକାରୀ ଶକ୍ତିରେ ଅଭାବ - ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଶକ୍ତିକୁ କମ କରିବା ପାଇଁ ରାଷ୍ଟ୍ରପତିଙ୍କ ଭୂମିକା ମଜବୁତ କରିବା ।
୪ - ନ୍ୟାୟିକ ଓ ସଂସ୍ଥାଗତ ସ୍ୱାଧୀନତା- ନ୍ୟାୟପାଳିକା ଓ ଅନ୍ୟ ପ୍ରମୁଖ ରାଜ୍ୟ ସଂସ୍ଥାଗୁଡିକୁ ରାଜନୈତିକ ପ୍ରଭାବରୁ ମୁକ୍ତ କରିବାର ଉପାୟ ।
୫ – ବିରୋଧୀଙ୍କ ଭାଗିଦାରୀ - ପ୍ରମୁଖ ସଂସଦୀୟ କମିିଟିର ନେତୃତ୍ୱ କରିବା ଓ ଉପ ବାଚସ୍ପତିଙ୍କ ଭାବେ ସେବା କରିବା ପାଇଁ ବିରୋଧୀ ନେତାଙ୍କ ପ୍ରାବଧାନ ସାମିଲ୍ କରିବା ।
୬ – ଜୁଲାଇ ବିଦ୍ରୋହୀକୁ ସୁରକ୍ଷା – ବିଦ୍ରୋହରେ ସାମିଲ୍ ଲୋକଙ୍କୁ ଜୁଲାଇ ସେନାନୀ କୁହାଯାଏ, ଯାହାଙ୍କୁ ସୁରକ୍ଷା ପ୍ରଦାନ କରାଯାଏ ।
୭ – ମହିଳାଙ୍କ ପ୍ରତିନିଧିତ୍ୱ- ସଂସରେ ମହିଳାଙ୍କ ପ୍ରତିନିଧିତ୍ୱ ବଢାଇବା ।