ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଛାତିଥରା ଦୁର୍ଘଟଣା। ବଡ଼ଗଡ଼ ବ୍ରିଟ୍ କଲୋନୀ ଅଞ୍ଚଳରେ ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରାଭେଲର ଦ୍ରୁତଗତିରେ ଆସି, ଭାରସାମ୍ୟ ହରାଇ ଏକାଥରକେ ଅଟୋ ଏବଂ ବାଇକ୍କୁ ଜୋରଦାର ଧକ୍କା ଦେଇଛି। ବ୍ରିଟ୍ କଲୋନୀ ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ଥିବା ବେଳେ ହଠାତ୍ ଏକ ଟ୍ରାଭେଲର ଗାଡ଼ି ଅତି ଦ୍ରୁତ ଗତିରେ ମାଡ଼ି ଆସିଥିଲା।
ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ ବାଇକ୍ ଆରୋହୀ ଜଣକ ଛିଟିକି ପଡ଼ିଥିଲେ ଏବଂ ଅଟୋଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଏହି ପୂରା ଘଟଣା ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ କିପରି ମୁହୂର୍ତ୍ତକ ମଧ୍ୟରେ ଏହି ଦୁର୍ଘଟଣା ଘଟିଗଲା। ଏଥିରେ ୪ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ମେଡ଼ିକାଲ ଭର୍ତ୍ତି କରାଯାଇଛି। ଟ୍ରାଭେଲର ଡ୍ରାଇଭର ଥାନାରେ ଅଟକ ରଖାଯାଇଛି। ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଗାଡି ଚଲାଉଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ବଡଗଡ଼ ଥାନା ପୋଲିସ ତଦନ୍ତ କରୁଛି।
ଅଧିକ ପଢନ୍ତୁ: ଆଜି ସନ୍ଧ୍ୟାରେ ବସିବ ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ; ବଜେଟ୍ ଚିଠା ପ୍ରସ୍ତାବକୁ ମିଳିବ ଅନୁମୋଦନ