ଭୁବନେଶ୍ୱର: ରାଜ୍ୟର ୪ ସହର ହେବ କମନ ଇକୋନୋମିକ୍ ଜୋନ୍। ୨୦୨୭ ସୁଦ୍ଧା ରାଜ୍ୟର ୪ ସହର ପୁରୀ, ପାରାଦୀପ, ଭୁବନେଶ୍ୱର ଏବଂ କଟକ କମନ ଇକୋନୋମିକ୍ ଜୋନ୍ରେ ପରିଣତ ହେବ। ଏହା ପରଠାରୁ ହିଁ ରାଜ୍ୟ ଅର୍ଥନୀତିର ୩୩ ପ୍ରତିଶତ ଆସିବ। ଏନେଇ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏକ ବଡ଼ ସୂଚନା ଦେଇଛନ୍ତି।
କମନ ଇକୋନୋମିକ୍ ଜୋନ୍ ହେଉଛି ଏକ ଆନ୍ତର୍ଜାତିକ ଚୁକ୍ତି କିମ୍ବା ଅଞ୍ଚଳ ଯେଉଁଠାରେ ଏକାଧିକ ଦେଶ ମିଶି ଏକ ସାଧାରଣ ଅର୍ଥନୈତିକ କ୍ଷେତ୍ର ଗଠନ କରନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେହି ଦେଶମାନଙ୍କ ମଧ୍ୟରେ ପଣ୍ୟ, ସେବା, ପୁଞ୍ଜି ଏବଂ ଶ୍ରମର ମୁକ୍ତ ଚଳାଚଳ ସୁନିଶ୍ଚିତ କରିବା।
ଅଧିକ ପଢନ୍ତୁ: ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଅଧ୍ୟାୟ; ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍, ସେପ୍ଟେମ୍ବର ଶେଷ ସୁଦ୍ଧା କାର୍ଯ୍ୟ ଶେଷ ନେଇ ଲକ୍ଷ