ଭୁବନେଶ୍ୱର ଝାରପଡ଼ା ଗଣେଶ ମଣ୍ଡପ ନିକଟ ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ। ନୀଳପଦ୍ମା ଆପାର୍ଟମେଣ୍ଟର ୨ ଓ ୩ ମହଲାରେ ନିଆଁ ଲାଗିଛି। ଅଗ୍ନିକାଣ୍ଡରେ ୩ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।୨୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ନିଅଁ ଲାଗିବ ପରେ ଘଟଣା ସ୍ଥଳରେ ତିନିଗୋଟି ଦମକଳ ଗାଡି ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିଛି। ଏଥିରେ ଆପାର୍ଟମେଣ୍ଟର ଦୁଇ ବୃଦ୍ଧଙ୍କ ସହ ଜଣେ ମହିଳା ଓ ଜଣେ ଶିଶୁ ଆହାତ ହୋଇଛନ୍ତି। ଏସିରୁ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଘରର ଆସବାବପତ୍ର ପୋଡିଯାଇଛି। ଗୋଟିଏ ଫ୍ଲାଟ ରୁ ନିଆଁ ଲାଗି ଅନ୍ୟ ଫ୍ଲାଟ୍ କୁ ବ୍ୟାପିଛି। ନିଆଁ ଧାସରେ ପାଖ ଫ୍ଲାଟ୍ ଲୋକେ ମଧ୍ୟ ଅଣ ନିଶ୍ୱାସ ହୋଇଥଲେ।
ଗତକାଲି ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ କାର ସମ୍ପୂର୍ଣ୍ଣ ଜଳି ଯାଇଛି। ଅନ୍ୟ ଏକ ଡାଲା ଅଟୋ ଓ କାର ମଧ୍ୟ ଅଧା ଜଳି ଯାଇଛି। ରାତି ପ୍ରାୟ ସାଢେ ୩ଟାରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି। ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା
ତେବେ ଏହି ଅଗ୍ନିକାଣ୍ଡ ପଛରେ କେହି ଜଣେ ଜଣିକି ନିଆଁ ଲଗାଇଥିବା ଜଣାପଡିଛି। CCTV ଫୁଟେଜ୍ ରୁ ଏହା ସ୍ପଷ୍ଟ ହୋଇଛି। ବିଳମ୍ବିତ ରାତିରେ ଜଣେ ଦୁବୃର୍ତ୍ତ କାରରେ ନିଆଁ ଲଗାଇବା ପରେ ଫେରାର୍ ହୋଇଯାଇଥିବା ଦେଖିବାକୁ ମିଳିଛି।
ଅଧିକ ପଢନ୍ତୁ: ପୁଣି ରାୟଗଡାରେ ଲାଗିଲା ମାଓ ପୋଷ୍ଟର; କିଛି ଦିନ ତଳେ ନକ୍ସଲମୁକ୍ତ ଅଞ୍ଚଳ ଭାବେ ହୋଇଥିଲା ଘୋଷଣା