ରାୟଗଡା: ପୁଣି ରାୟଗଡାରେ ଲାଗିଲା ମାଓ ପୋଷ୍ଟର। ଆସନ୍ତା ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଓଡିଶାକୁ ମାଓ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଓ ଦମନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଜିଲ୍ଲାରେ ପୁଣି ମୁଣ୍ଡ ଟେକିଛନ୍ତି ମାଓ ସଂଗଠନ। କିଛି ଦିନ ପୂର୍ବେ ରାୟଗଡା, ମାଓ ଶୂନ୍ୟ ଅଞ୍ଚଳ ଘୋଷଣା ହୋଇଥିବାବେଳେ, ଆଜି କେବିକେ ଡିଭିଜନ୍ ପକ୍ଷରୁ ରାୟଗଡ଼ା ସହର ନିକଟରେ ପୋଷ୍ଟର ଲଗାଇ ତାଙ୍କ ସ୍ଥିତି ଜାହିର କରିଛନ୍ତି ମାଓବାଦୀ ମାନେ।
ରାୟଗଡା ସହରରୁ ମାତ୍ର ଦେଢ କି.ମି ଦୁରରେ ଥିବା ରାୟଗଡା - ବାଇଶିଙ୍ଗ ମୁଖ୍ୟ ରାସ୍ତାର ଧୁମାଗୁଡା ଗ୍ରାମ ନିକଟରେ ମାଓ ବ୍ୟାନର ଲଗାଯାଇଛି। ମାଓନେତା ମେଘ ଜାନି, ଡମ୍ବୁରୁ ମାଝୀଙ୍କ ନାଁରେ ପୋଷ୍ଟର ଲାଗିଛି। ପୋଷ୍ଟରରେ ସବ୍ୟସାଚୀ ପଣ୍ଡା ଆଦିବାସୀ ନଥିବା ଉଲ୍ଲେଖ ରହିଛି। ଏହା ସହ ପୋଷ୍ଟରରେ ଆହୁରି ଲେଖାଯାଇଛି ଯେ, ଆଜାଦ୍, ଉଦୟ ଓ ନିଖିଲ ମଧ୍ୟ ଆଦିବାସୀ ନୁହନ୍ତି। ଜିଲ୍ଲାର କମ୍ପାନୀମାନେ ନୀରବ ରହିବାକୁ ଉଲ୍ଲେଖ ରହିଛି।
କେବିକେ ଡିଭିଜନ୍ ପକ୍ଷରୁ ଲଗାଯାଇଥିବା ପୋଷ୍ଟରରେ ସଂଗଠନ ସବୁବେଳେ ପାଇଁ ରହିଛି ବୋଲି ଉଲ୍ଲେଖ ରହିଛି। ତେବେ ମାଓ ପୋଷ୍ଟର ଲାଗିବା ପରେ ଦୁମାଗୁଡା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଘଟଣା ସ୍ଥଳରେ ସିଆରପିଏଫ ଜବାନ ମାନେ ଆସି ପୋଷ୍ଟରକୁ ହଟେଇଛନ୍ତି।
ଅଧିକ ପଢନ୍ତୁ: ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଅଧ୍ୟାୟ; ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍, ସେପ୍ଟେମ୍ବର ଶେଷ ସୁଦ୍ଧା କାର୍ଯ୍ୟ ଶେଷ ନେଇ ଲକ୍ଷ