ନୂଆଦିଲ୍ଲୀ: ବାଂଲାଦେଶ ନିର୍ବାଚନରେ ଐତିହାସିଜ ବିଜୟ ହାସଲ କରିଥିବା ବିଏନପି ପାର୍ଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ବିଏନପି ମୁଖ୍ୟ ତଥା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦ ଦୌଡରେ ସର୍ବାଗ୍ରେ ଥିବା ତାରିକ ରେହମାନଙ୍କୁ ଫୋନ କରି ପିଏମ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ପିଏମ ସୋସିଆଲ ସାଇଟ ଏକ୍ସରେ ଏହାର ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ତାରିକ ରେହମାନ ସହ କଥା ହୋଇ ମୁଁ ଅତ୍ୟନ୍ତ ପ୍ରସନ୍ନ । ମୁଁ ତାଙ୍କୁ ବାଂଲାଦେଶ ନିର୍ବାଚନରେ ତାଙ୍କର ଚମତ୍କାର ବିଜୟ ଉପରେ ଶୁଭେଚ୍ଛା ଜଣାଉଛି । ମୁଁ ବାଂଲାଦେଶର ଜନତାଙ୍କ ଆକାଂକ୍ଷା ପୂରା କରିବା ପାଇଁ ତାଙ୍କର ପ୍ରୟାସକୁ ଶୁଭକାମନା ଓ ସମର୍ଥନ ଜଣାଉଛି । ଗଭୀର ଐତିହାସିକ ଓ ସାଂସ୍କୃତିକ ସମ୍ବନ୍ଧ ଥିବା ଦୁଇ ନିକଟ ପଡୋଶୀ ଦେଶ ଭାବେ ମୁଁ ଦୁଇ ଦେଶର ଜନତାଙ୍କ ସାନ୍ତି, ପ୍ରଗତି ଓ ସମୃଦ୍ଧି ପ୍ରତି ଭାରତର ନିରନ୍ତର ପ୍ରତିବଦ୍ଧତାକୁ ଦୋହରାଉଛି ।
ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଜରିଆରେ ତାରିକ ରେହମାନଙ୍କୁ ଶୁଭେଚ୍ଛାର ସନ୍ଦେଶ ଦେଇଥିଲେ। ବିଏନପିର ନେତାଙ୍କୁ ଯେବେ ଏହି ବିଷୟରେ ପ୍ରଶ୍ନ କରାଗଲା ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ଏକ ଗଣତାନ୍ତ୍ରିକ ଦେଶର ନେତାଙ୍କୁ ଅନ୍ୟ ଦେଶର ଜନତାଙ୍କ ନିଷ୍ପତ୍ତିକୁ ସମ୍ମାନ କରିବା ଉଚିତ୍ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାହା କରିଛନ୍ତି, ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ ।
Also read: ୪ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ, ଦେଢ଼ ଲକ୍ଷ ଟଙ୍କା ଯାଏ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବ ଚିକିତ୍ସା