ଭଦ୍ରକ: ଭଦ୍ରକ ଜିଲ୍ଲାର ଦୁଇଟି ନୂତନ ଏନଏସି ଧୂଷୁରୀ ଏବଂ ତିହିଡ଼ିର ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପାଇଁ ଚିଠା ପ୍ରସ୍ତାବ ପ୍ରକାଶ ପାଇଛି । ଭଦ୍ରକ ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରୁ ଚିଠା ପ୍ରସ୍ତାବ ପ୍ରକାଶ ପାଇଛି ।
ଦୁଇଟି ନୂତନ ଘୋଷିତ ଧୂଷୁଡ଼ି ଏବଂ ତିହିଡ଼ି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠା ପ୍ରସ୍ତାବ ପ୍ରକାଶ କରାଯାଇଛି । ଉଭୟ ଏନଏସିରେ ୧୪ଟି ଲେଖାଏଁ ୱାର୍ଡ ରହିବ । ସେଥିମଧ୍ୟରୁ ୮ଟି ଆସନ ସଂରକ୍ଷଣ ଓ ୬ଟି ଆସନ ଅଣ ସଂରକ୍ଷଣ ରହିବ । ଧୂଷୁରୀ ଏନଏସିର ମୋଟ ଲୋକ ସଂଖ୍ୟା ୧୦ ହଜାର ୩୪୯ ରହିବ । ସେହିପରି ତିହିଡ଼ି ଏନଏସିର ମୋଟ ଜନସଂଖ୍ୟା ରହିବ ୧୩ ହଜାର ୮୦୫ ରହିବ । ୧୦ଦିନ ମଧ୍ୟରେ ଚିଠା ପ୍ରସ୍ତାବ ଉପରେ ଆପତ୍ତି ଅଭିଯୋଗ ହୋଇପାରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।