ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ ହୋଇଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ ସେସନ- ୧ର ଫଳାଫଳ ଆସନ୍ତା ୧୬ ତାରିଖ (ସୋମବାରରେ) ପ୍ରକାଶ ପାଇବ। ଏନ୍ଟିଏ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି, ଆସନ୍ତା ୧୬ ତାରିଖରେ ଜେଇଇ ମେନ୍ ସେସନ୍-୧ ର ପରୀକ୍ଷା ଫଳ ପ୍ରକାଶ ପାଇବ। ଛାତ୍ରୀଛାତ୍ର ଏନ୍ଟିଏର ଅଫିସିଆଲ ଓ୍ବେବସାଇଟ୍ jeemain.nta.nic.in କୁ ଯାଇ ନିଜର ମାର୍କ ଚେକ୍ କରିପାରିବେ। ଏପରିକି ଲଗ ଇନ୍ କରିବା ସମୟରେ ଛାତ୍ରୀଛାତ୍ର ନିଜ ରେଜିଷ୍ଟ୍ରେସନ ନମ୍ବର କିମ୍ବା ରୋଲ୍ ନମ୍ବର ଦାଖଲ କରି ନିଜ ରେଜଲ୍ଟ ପାଇପାରିବେ।
ସୂଚନାଯୋଗ୍ୟ, ଜେଇଇ ମେନ୍ ସେସନ୍-୧ ପାଇଁ ୧୩ ଲକ୍ଷ ୫୦ ହଜାର ୯୬୯ ଜଣ ଆବେଦନ କରିଥିଲେ। ଗତ ଜାନୁଆରୀ ୨୮ରୁ ୨୯ ତାରିଖ ଯାଏ ପରୀକ୍ଷା ହୋଇଥିଲା। ଏଥିରେ ୧୩ ଲକ୍ଷ ୩୬୮ ଜଣ ପରୀକ୍ଷା ଦେଇଛନ୍ତି। ଅର୍ଥାତ୍ ପରୀକ୍ଷାରେ ୯୬.୨୬ ପ୍ରତିଶତ ଉପସ୍ଥାନ ହୋଇଛି। ଏହି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ହଜାର ୩୧୪ ଜଣ ଭିନ୍ନକ୍ଷମ ଶିକ୍ଷାର୍ଥୀ ରହିଥିଲେ।
ଏନ୍ଟିଏ ପକ୍ଷରୁ ୧୨ ତାରିଖ ସୁଦ୍ଧା ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇବ କୁହାଯାଇଥିଲା। ହେଲେ କିଛି ଛାତ୍ରଛାତ୍ରୀ ଆନସର ଚ୍ୟାଲେଞ୍ଜ କରିଥିଲେ। ଫଳରେ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି।
ଅଧିକ ପଢନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର; ପୁଣି ଖୋଲିବ ଓଡ଼ିଶା ଛାତ୍ରବୃତ୍ତି ପୋର୍ଟାଲ୍, ଫେବୃଆରୀ ୨୬ ସୁଦ୍ଧା କରନ୍ତୁ ଆବେଦନ