ଭୁବନେଶ୍ୱର: ଏଣିକି ଆଉ ଜମି କିଣାବିକାରେ ହୋଇପାରିବନି ଠକେଇ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋର୍ଡ ପଟ୍ଟା। ଏନେଇ ଆଜି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋର୍ଡ ଜମି ପଟ୍ଟା ଆସିବ। କ୍ୟୁଆର୍ କୋଡ୍ ସ୍କାନ୍ କଲେ ପଟ୍ଟାର ସମ୍ପୂର୍ଣ୍ଣ ଇତିହାସ ବାହାରିବ। ଜମି କିଣାବିକାରେ ଆଉ ଠକେଇ ହୋଇପାରିବନାହିଁ। ଏହି ଡିଜିଟାଲ୍ ଯାଞ୍ଚ ବ୍ୟବସ୍ଥା ଜମି କାରବାରରେ ଅଧିକ ସ୍ୱଚ୍ଛତା ଆଣିବ ବୋଲି ଆଶା କରାଯାଉଛି। ଲୋକଙ୍କୁ ଭୁତାଇ ଜମି କିଣାବିକା ଉପରେ ରୋକ୍ ଲାଗିବ। ଯଦି, କେହି ଠକାମୀର ଚେଷ୍ଟା କଲେ ତାହେଲେ ସିଧା ତହସିଲଦାର ଓ RIଙ୍କ ପାଖକୁ ଖବର ଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ ଭାବେ ଦୋହରାଇଛନ୍ତି।
ଅଧିକ ପଢନ୍ତୁ: ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗ; ୩ ମାସରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ