ଭୁବନେଶ୍ୱର : ପୁଣି ରାଜଧାନୀରୁ ଜବତ ହେଲା ବନ୍ଧୁକ ଏବଂ ଜୀବନ୍ତ ଗୁଳି। ଭୁବନେଶ୍ବରର ସ୍ଥିତ ସୁନ୍ଦରପଦାରୁ ସେହି ୨ଟି ସେମି ଅଟୋମେଟେଡ ପିସ୍ତଲ ଜବତ କରିଛି ପୋଲିସ। ତେବେ ବେଆଇନ ବନ୍ଧୁକ କାରବାର କରୁଥିବା ବେପାରୀକୁ ଗିରଫ କରିଛି ସ୍ପେଶାଲ କ୍ରାଇମ ୟୁନିଟର ସ୍ପେଶାଲ ଟିମ। ଅଭିଯୁକ୍ତ ସୁନ୍ଦରପଦାର ଅମରେଶ ରାଉତ। ବନ୍ଧୁକ କାରବାର ପଛରେ ଆନ୍ତଃରାଜ୍ୟ ଲିଙ୍କ ଥିବା ପୋଲିସ ସନ୍ଦେହ କରୁଛି। ତେଣୁ ପୋଲିସ ଏ ନେଇ ଅଭିଯୁକ୍ତକୁ ଅଧିକ ପଚରାଉଚରା କରୁଛି।
ସୂଚନା ଅନୁସାରେ, ସୁନ୍ଦରପଦା ଅଞ୍ଚଳରେ ବେଆଇନ ଭାବେ ବନ୍ଧୁକ କାରବାର ହେଉଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହାପରେ କମିସନରେଟ ପୋଲିସ ଏକ ଟିମ ଗଠନ କରି ଉକ୍ତ ସ୍ଥାନରେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ସେହି ସ୍ଥାନରୁ ୨ଟି ସେମି ଅଟୋମେଟେଡ ପିସ୍ତଲ ଏବଂ ୧୦ରାଉଣ୍ଡ ଜୀବନ୍ତ ଗୁଳି ସହ ଦୁଇଟି କ୍ୟାଟ୍ରିଜ ଜବତ ହୋଇଛି। ଏହାପରେ ପୋଲିସ ଏହି ବେଆଇନ ବନ୍ଧୁକ କାରବାର କରୁଥିବା ଅଭିଯୁକ୍ତ ଅମରେଶ ରାଉତକୁ ଗିରଫ କରିଛି। ତେବେ ଜାନୁୟାରୀ ମାସରେ ରାଜଧାନୀରେ ବେଆଇନ ବନ୍ଧୁକ କାରବାର ନେଟୱର୍କ ଖୁଲାସା ହୋଇଥିଲା। ଭୁବନେଶ୍ୱର ବନ୍ଧୁକ ଡେଲିଭରି ପାଇଁ ଆସିବା ବେଳେ ୬ ବନ୍ଧୁକ ଜବତ ହୋଇଥିଲା। ତେବେ ବାରମ୍ବାର ରାଜଧାନୀରେ ବନ୍ଧୁକ ମିଳିବା ଏକ ଚିନ୍ତାର ବିଷୟ ପାଲଟିଛି।
ଅଧିକ ପଢନ୍ତୁ ; ଧରାପଡ଼ିଲା ଚୌଦ୍ୱାର ଜେଲରୁ ଚମ୍ପଟ୍ ମାରିଥିବା ଆଉ ଜଣେ କଏଦୀ