ଭଦ୍ରକ: ଦିନକୁ ଦିନ ରିଲ୍ସ ଯୁବ ପିଢିଙ୍କୁ ପାଗଳ କରିଛି। ରିଲ୍ସ ନିଶାରେ ପାଣି,ପାହାଡ କିଛିବି ମାନୁ ନାହାନ୍ତି ଆଜିର ଯୁବପିଢ଼ି। ଏପରିକି ସେହି ରିଲ୍ସ ନିଶାରେ ଅନେକଙ୍କ ଜୀବନ ମଧ୍ୟ ଅକାରଣରେ ଚାଲିଯାଉଛି। ସେହିପରି ଭଦ୍ରକ ପୁରୁଣା ବଜାର ଥାନା ନିକଟ ସାଳନ୍ଦୀ ନଦୀ ସନ୍ତିଆ ବ୍ରିଜ ଉପରୁ ଦୁଇଜଣ ଯୁବକ ରିଲ୍ସ ନିଶାରେ ନଦୀକୁ ଡେଉଁଥିଲେ। ଏହାପରେ ନଦୀ ସୁଅରେ ଦୁଇଜଣ ଭାସିଯାଇଥିଲେ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଜଣେ ଯୁବକ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କର ମୃତଦେହ ଉଦ୍ଧାର କରିଛି।
ସୂଚନା ଅନୁସାରେ, ଦୁଇଜଣ ଯୁବକ ରିଲ୍ସ କରି ଭାଇରଲ ହେବା ପାଇଁ ସାଳନ୍ଦୀ ନଦୀ ସନ୍ତିଆକୁ ଆସିଥିଲେ। ଉଭୟ ଦୁହେଁ ସନ୍ତିଆ ବ୍ରିଜ ଉପରୁ ରିଲ୍ସ କରିବା ପାଇଁ ମୋବାଇଲ ସେଟ କରିଥିଲେ। ମୋବାଇଲଟିକୁ ବ୍ରିଜ ଉପରେ ରଖି ଦୁହେଁ ନଦୀକୁ ଡ଼େଇଁଥିଲେ। ସେହି ସମୟରେ ଉଭୟ ନଦୀ ପାଣିରେ ବୁଡି ଯାଇଥିଲେ। ଯୁବକମାନେ ବୁଡିଯିବାର ଦେଖି ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଜଣେ ଯୁବକ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ଯୁବକଙ୍କୁ ଖୋଜାଖୋଜି କରୁଥିଲା। କିଛି ଘଣ୍ଟାର ସର୍ଚ୍ଚ ଅପରେସରେ ନିଖୋଜ ଥିବା ଯୁବକଙ୍କ ମୃତଦେହକୁ ଠାବ କରିଛି ଅଗ୍ନିଶମ ବାହିନୀ। ଏହାସହିତ ସୁଟିଂ କରୁଥିବା ଯୁବକକୁ ପୋଲିସ ଅଟକ ରଖି ଜେରା କରୁଛି।
ଅଧିକ ପଢନ୍ତୁ ; ପୁଣି ରାଜଧାନୀରୁ ଜବତ ହେଲା ବନ୍ଧୁକ ଏବଂ ୧୦ରାଉଣ୍ଡ ଜୀବନ୍ତ ଗୁଳି