ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସଠୁ ଲଖନଉ ସୁପର ଜାଏଣ୍ଟସର ପରାଜୟ ପରେ ଅଧିନାୟକ ଋଷଭ ପନ୍ତ ଓ ଟିମର ମାଲିକ ସଞ୍ଜୀବ ଗୋଏଙ୍କାଙ୍କ ଭିଡିଓ ଭାଇରାଲ୍ ହୋଇଛି । ଏମିତିରେ ଏଥିରେ କିଛି ନୂଆ କଥା ନାହିଁ । ଆଇପିଏଲରେ ଏବେ ପ୍ରତି ସିଜିନରେ ଏମିତି ସମାନ କାହାଣୀ ଦେଖିବାକୁ ମିଳୁଛି । ଏଲଏସଜିର ପରାଜୟ ପରେ ଏହାର ଅଧିନାୟକ ଓ କୋଚଙ୍କ ସହିତ ଟିମର ମାଲିକ କଥା ହେବା ସାଧାରଣ ଘଟଣାରେ ପରିଣତ ହୋଇ ସାରିଛି । ଗତ ଦିନରେ କେଏଲ ରାହୁଲଙ୍କ ସହ ଯାହା ଘଟିଥିଲା ଏବେ ତାହା ଋଷଭ ପନ୍ତଙ୍କ ସହ ଘଟୁଛି । କିନ୍ତୁ ଏହା ସତ ଅନ୍ୟ ଟିମ ମ୍ୟାଚ୍ ହାରିଲେ ସେମାନଙ୍କର ମାଲିକଙ୍କ ଏମିତି ଭିଡିଓ ଦେଖିବାକୁ ମିଳେ ନାହିଁ, ଯେମିତି ଏଲଏସଜିର ପରାଜୟ ପରେ ଦେଖିବାକୁ ମିଳୁଛି ।
ଇକାନା ଷ୍ଟାଡିୟମରେ ଏପ୍ରିଲ ୧ରେ ଖେଳା ଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଲଖନଉକୁ ତାରି ଘରୋଇ ଗ୍ରାଉଣ୍ଡରେ ମାତ୍ ଦେଇଛି । ଏହି ପରାଜୟ ପରେ ସଞ୍ଜୀବ ଗୋଏଙ୍କା ଓ ଋଷଭ ପନ୍ତଙ୍କ ଭିଡିଓ ଭାଇରାଲ୍ ହୋଇଛି । ତେବେ ଏହି ଭିଡିଓରେ ଉଭୟ କଣ କଥା ହେଉଛନ୍ତି ତାହା ତ ଜଣା ନାହିଁ, ମାତ୍ର ଏମିତି ଲାଗୁଛି ଅଧିନାୟକ ପନ୍ତ ଗୋଏଙ୍କାଙ୍କୁ କିଛି ସଫେଇ ଦେଉଛନ୍ତି । ଏହି ସମୟରେ ଟିମର ହେଡ୍ କୋଚ ଜଷ୍ଟିନ ଲାଙ୍ଗର ଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହାକୁ ନେଇ ପ୍ରଶଂସକ ନାନା ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।
ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ମ୍ୟାଚ୍ ଜିତିଛି । ଏହି ସିଜିନର ପ୍ରଥମ ପାଞ୍ଚଟି ମ୍ୟାଚ୍ରେ ଏହି ଧାରା ଦେଖିବାକୁ ମିଳିଛି। ଟସ୍ ଜିତିବା ପରେ, ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲ ଆୟୋଜକ ଲକ୍ଷ୍ନୌ ସୁପରଜାଏଣ୍ଟ୍ସକୁ ପ୍ରଥମେ ବ୍ୟାଟିଂ କରିବାକୁ ଦେଇଥିଲେ। ତଥାପି, ଏକ ବଡ଼ ସ୍କୋର କରିବା ପରିବର୍ତ୍ତେ, ଏଲଏସଜି ନିଜର ଘରୋଇ ପଡ଼ିଆ, ଏକାନାରେ ସମ୍ପୂର୍ଣ୍ଣ ୨୦ ଓଭର ପୂରଣ କରିବାରେ ବିଫଳ ହୋଇଥିଲା ଏବଂ ୧୮.୪ ଓଭରରେ ୧୪୧ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଦିଲ୍ଲୀ ୧୭.୧ ଓଭରରେ ମ୍ୟାଚ୍ ଜିତି ନେଇଥିଲା ।