ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳିଗୁଳିରେ ଅସ୍ତବ୍ୟସ୍ତ ଜୀବନ । ସେହିପରି ଅପରାହ୍ନ ପରେ କାଳବୈଶାଖୀ ଲୋକଙ୍କ ଚିନ୍ତା ବଢ଼ାଉଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳ ଓଡ଼ିଶାରେ ଥଣ୍ଡା ଅନୁଭୂତ ହେଉଛି ।
ଆଗାମୀ ୩ ଦିନ ପାଇଁ ଗରମ ଗୁଳିଗୁଳି ନେଇ ଆଞ୍ଚଳିକ ପାଣିପାଗ ସୂଚନା ଦେଇଛି । ରାଜ୍ୟକୁ ହଟ୍ ଆଣ୍ଡ ହିମ୍ୟୁଡିଟି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ୩ ଜିଲ୍ଲା ଗଞ୍ଜାମ, ଗଜପତି ଓ ପୁରୀକୁ ତାତି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ସେହିପରି ରାୟଗଡ଼ା, ନୂଆପଡ଼ା ଓ ନବରଙ୍ଗପୁରକୁ ଝଡ଼ ତୋଫାନ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଏବଂ ମୟୁରଭଞ୍ଜକୁ ମଧ୍ୟ କାଳବୈଶାଖୀ ଜନିତ ବର୍ଷା ପାଇଁ ସତର୍କ କରାଯାଇଛି । ଏହି ସମୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ଏବଂ ଘଣ୍ଟାପ୍ରତି ପବନର ବେଗ ୩୦ ରୁ ୪୦ କିଲୋମିଟର ରହିବାର ଆକଳନ କରାଯାଇଛି । ୫ ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।