ପାରଦୀପ: ପଣ୍ୟ ପରିବହନ କ୍ଷେତ୍ରରେ ଇତିହାସ ରଚିଛି ପାରାଦୀପ ବନ୍ଦର । ପୂର୍ବ ଭାରତରେ ରହିଥିବା ବୃହତ ବନ୍ଦରମାନଙ୍କ ମଧ୍ୟରେ ମାଇଲଷ୍ଟୋନ ରେକର୍ଡ ହାସଲ କରିଛି । ପାରାଦୀପ ବନ୍ଦର ସର୍ବ ଭାରତୀୟ ବନ୍ଦରର ୧୫୫+ ମିଲିୟନ ମେଟ୍ରିକ ଟନ କ୍ଳବ ରେ କ୍ଲବରେ ପ୍ରବେଶ କରିଛି l
ଏହା ସହିତ ଭାରତ ବର୍ଷରେ ରହିଥିବା ସମସ୍ତ ବୃହତ ବନ୍ଦରମାନଙ୍କ ମଧ୍ୟରେ ନିଆରା କୀର୍ତ୍ତିମାନ ହାସଲ କରି ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପାଇଁ ଐତିହାସିକ ମାନଦଣ୍ଡ ସ୍ଥାପନ କରିଛି l ପାରାଦୀପ ବନ୍ଦର ୨୦୨୫-୨୬ ଆର୍ଥିକ ବର୍ଷରେ ୧୫୬.୪୫ ମିଲିୟନ ମେଟ୍ରିକ ଟନର ସର୍ବାଧିକ ପଣ୍ୟ ପରିବହନ ରେକର୍ଡ କରିଛି ଯାହା ସର୍ବ ଭାରତୀୟ ବନ୍ଦରର ୧୫୫+ ମିଲିୟନ ମେଟ୍ରିକ ଟନ କ୍ଳବ ରେ କ୍ଲବରେ ପ୍ରବେଶ କରିଛି l ପାରାଦୀପ ବନ୍ଦରର ଏହି ସର୍ବକାଳୀନ ଐତିହାସିକ ରେକର୍ଡକୁ ନେଇ ନେଇ ପାରାଦୀପ ବନ୍ଦର ପ୍ରଶାସନିକ ଭବନ ସମ୍ମିଳନୀ କକ୍ଷରେ ବନ୍ଦର ଅଧ୍ୟକ୍ଷ ପିଏଲ ହରାନାଦ କେକ୍ କାଟି ଉତ୍ସବ ମନାଇବା ସମସ୍ତ ବରିଷ୍ଠ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି l
ତେବେ ଚଳିତ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦର ପଣ୍ୟ ପରିବହନ କ୍ଷେତ୍ରରେ ରଚିଥିବା ଏହି ବୃହତ ରେକର୍ଡ ପାଇଁ ପାରାଦୀପ ବନ୍ଦର ରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟବସାୟିକ ସଂସ୍ଥା, ବନ୍ଦର ରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ, କର୍ମଚାରୀ ଓ ଶ୍ରମିକ ମାନଙ୍କୁ ଏହାର ଶ୍ରେୟ ପ୍ରଦାନ କରିଛନ୍ତି ପାରାଦୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହରାନାଦ l ଏହା ସହିତ ବନ୍ଦରର ସମସ୍ତ ଅଂଶୀଦାରମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ମାନ୍ୟବର କେନ୍ଦ୍ର ମନ୍ତ୍ରୀ, ମାନ୍ୟବର ରାଜ୍ୟମନ୍ତ୍ରୀ ଏବଂ ସମସ୍ତ ସହାୟକ ଏଜେନ୍ସିମାନଙ୍କୁ ସେମାନଙ୍କର ନିରନ୍ତର ମାର୍ଗଦର୍ଶନ ଏବଂ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି ।
ଭାରତର ପୂର୍ବ ଉପକୂଳରେ ଏକ ଅଗ୍ରଣୀ ବନ୍ଦର ଭାବରେ, ପାରାଦୀପ ବନ୍ଦର ବାଣିଜ୍ୟ କ୍ଷେତ୍ରରେ ଅଗ୍ରଗତି କରିବା ସହିତ ଦେଶର ଅଭିବୃଦ୍ଧିକୁ ଦୃଷ୍ଟି ରେ ରଖି ଇନ୍ଧନ ଯୋଗାଇବା ଜାରି ରଖିଛି । ଆଜି ପାରାଦୀପ ବନ୍ଦର ଖଣିଜ ପଦାର୍ଥଠାରୁ ଶକ୍ତି ଯୋଗାଣ ପର୍ଯ୍ୟନ୍ତ,ଦେଶବାସୀ ଙ୍କ ଉଦ୍ଦେଶ୍ୟ ରେ ତାର ନିରନ୍ତର ଯାତ୍ରା ଜାରି ରଖିଥିବା ନେଇ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ପାରାଦୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହରାନାଦ l