କଟକର ବାଦାମବାଡ଼ି ଅଞ୍ଚଳରେ ଜଣେ ଯୁବତୀ ତିନିମହଲା ଘରର ଛାତ ଉପରୁ ପଡ଼ି ମୃତ୍ୟୁ ବରଣ କରିଛନ୍ତି। ଘଟଣା ସମୟରେ ସେ ଫୋନରେ କଥା ହେଉଥିବା ଅଭିଯୋଗ ରହିଛି। ମୃତ ଯୁବତୀ ଜଣଙ୍କ ହେଲେ ବର୍ଷା ତ୍ରିପାଠୀ। ତାଙ୍କ ଘର ଜଗତସିଂହପୁର ଜିଲ୍ଲାର ହୋଇଥିବା ବେଳେ, ସେ କଟକରେ ଭଡ଼ା ଘରେ ରହୁଥିଲେ।
ଗତକାଲି ରାତି ୧୧.୩୦ ସମୟରେ ସେ ରାତିରେ ଫୋନରେ ଗପୁଥିବା ବେଳେ ଛାତରୁ ପଡ଼ି ଗୁରୁତର ହୋଇଯାଇଥିଲେ। ସ୍ଥାନୀୟ ଲୋକ ଏସସିବିରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଘଟଣାସ୍ଥଳରୁ ପୋଲିସ ମୋବାଇଲ ଫୋନ୍ ଜବତ କରିଛି ଏବଂ ମୃତଦେହକୁ ବ୍ୟବଛେଦା ପାଇଁ ପଠାଇଛି। ଏହା ଆତ୍ମହତ୍ୟା କି ଦୁର୍ଘଟଣା ତାହେ ଏବେ ସୁଦ୍ଧା ଅସ୍ପଷ୍ଟ। କେଉଁ ପରିସ୍ଥିତିରେ ଯୁବତୀ ଜଣକ ମୃତ୍ୟୁ ହେଲା, ଛାତରୁ ଖସି ପଡ଼ିବ ଯୋଗୁଁ ନା କେହି ତାଙ୍କୁ ଠେଲି ଦେବାରୁ ନା ଅନ୍ୟ କିଛି କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ତାହା ସନ୍ଦେହ ଘେରରେ ରହିଛି। ଯୁବତୀ ଜଣଙ୍କ ଭଡ଼ାରେ ରହୁଥିବା ବେଳେ ବିଭିନ୍ନ ପରୀକ୍ଷା ଲାଗି ପ୍ରସ୍ତୁତି ହେଉଥିଲେ। ପୁଲିସ୍ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।
ଅନ୍ୟପଟେ, ବଲାଙ୍ଗିର ଜିଲ୍ଲାର ରାମଚନ୍ଦ୍ରପୁର ଉପ-ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଦମୟନ୍ତୀ ବାରିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗତକାଲି ରାତିରେ ଶୋଇଥିବା ବେଳେ ହଠାତ୍ ତାଙ୍କ ଦେହରେ ନିଆଁ ଲାଗିଥିବା ଜଣାପଡ଼ିଛି। ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ମଧ୍ୟ ଗୁରୁତର ହୋଇଥିବା ବେଳେ, ସେ ବର୍ତ୍ତମାନ ବାଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।