ନୂଆଦିଲ୍ଲୀ: ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ସମସ୍ତ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି, ଓଡ଼ିଶା ଏହାର ଗୌରବଶାଳୀ ଇତିହାଦସ ଏବଂ ଏହି ଅସାଧାରଣ ରାଜ୍ୟର ଲୋକମାନଙ୍କୁ ଦେଖିଲେ ଯେକୌଣସି ବ୍ୟକ୍ତି ଚକିତ ହୋଇଯିବ । ଓଡ଼ିଆ ସଂସ୍କୃତି ଏକ ସଭ୍ୟତାଗତ ଐତିହ୍ୟ । ଓଡ଼ିଶାରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେବା ଭଳି ଶକ୍ତି ରହିଛି । ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, କୋଣାର୍କ ମନ୍ଦିର ଏବଂ ଏପରି ଅନେକ ପ୍ରତିଷ୍ଠିତ ସ୍ଥଳୀ ନିର୍ମାଣ କରାଯାଇଛି, ଯାହା ଆଜି ମଧ୍ୟ ସଗୌରବେ ଦଣ୍ଡାୟମାନ । ସାରା ରାଜ୍ୟେର ଦେବା ମାଆଙ୍କୁ ସମର୍ପିତ ଅନେକ ମନ୍ଦିର ଅଛି । ଓଡ଼ିଶାରେ ଭକ୍ତି ଏବଂ କଳାତ୍ମକ ଉତ୍କର୍ଷର ଅଦ୍ଭୁତ ସଂଗମ ଦେଖିବାକୁ ମିଳିଥାଏ । ସେହିପରି ପ୍ରଧାନମନ୍ତ୍ରୀ ଓଡ଼ିଶୀ ନୃତ୍ୟ, ସଙ୍ଗୀତ, ପରମ୍ପରା, ପର୍ବପର୍ବାଣୀ ଏବଂ ଲୋକପ୍ରଥା ଭୂରି ଭୂରି ପ୍ରଶଂସା କରିଛି ।
ସେହିପରି ଓଡ଼ିଶାର ସମସ୍ତ ସ୍ୱାଧୀନତା ସଂଗ୍ରାମୀ ବରପୁତ୍ରମାନଙ୍କୁ ସ୍ମରଣ କରିବା ସହିତ ବିଜୁ ବାବୁଙ୍କ ବହୁମୁଖୀ ପ୍ରତିଭାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପରେ ଓଡ଼ିଶା ସହିତ ଘନିଷ୍ଠ ସମ୍ପର୍କ ଜାରି ରହିଛି ।
ସେହିପରି ରେଳ ଆବଣ୍ଟନ ଓଡ଼ିଶାକୁ ୧୦ ହଜାର ୬୦୦ କୋଟି ଟଙ୍କାକୁ ବୃଦ୍ଧି, ରେୟାର ଆର୍ଥ କରିଡର, ଭାରତର ସେମିକଣ୍ଟକ୍ଟର ଯାତ୍ରାରେ ଓଡ଼ିଶାର ଗନ୍ତବ୍ୟସ୍ଥଳ, ସୁଭଦ୍ରା ଯୋଜନରେ ମହିଳା ସଶକ୍ତୀକରଣ, ମାଓ ଦମନରେ ଅଦ୍ଭୁତପୂର୍ବ ସଫଳତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ, ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରିବା ଏବଂ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ତଥା ପ୍ରଚାର ପାଇଁ ଆପଣଙ୍କ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ।