ବଲାଙ୍ଗୀର : ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ରାମଚନ୍ଦ୍ରପୁର ଗାଁରେ ଚାଞ୍ଚଲ୍ୟକର ଘଟଣା। ସରକାରୀ ବାସଭବନରୁ ମିଳିଲା ମହିଳା ସ୍ଵାସ୍ଥ୍ୟ କର୍ମୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ। ମୃତ ମହିଳା ଜଣକ ରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରର ସ୍ଵାସ୍ଥ୍ୟ କର୍ମୀ ଜୟନ୍ତୀ ବାରିକ ବୋଲି ଜଣାପଡିଛି। ତେବେ ମହିଳାଙ୍କୁ ହତ୍ୟା ପରେ ପୋଡି ଦେଇଥିବା ସନ୍ଦେହ କରାଯାଉଛି। ଖବରପାଇ ଘଟଣାସ୍ଥଳରେ ବନ୍ଧପଡା ଫାଣ୍ଡି ପୋଲିସ ଓ ଦେଓଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁସାରେ, ସ୍ଵାସ୍ଥ୍ୟ କର୍ମୀ ଜୟନ୍ତୀ ବାରିକ ଗତକାଲି ସନ୍ଧ୍ୟାରେ ନିଜ କାମ ସାରି ଶୋଇବାକୁ ଯାଇଥିଲେ। ହେଲେ ଆଜି ସକାଳୁ ପଡିସା ଲୋକ ଦେଖିଥିଲେ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ। ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ବନ୍ଧପଡା ଫାଣ୍ଡି ପୋଲିସ ଓ ଦେଓଗାଁ ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ବେଳେ ମୃତ ସ୍ଵାସ୍ଥ୍ୟ କର୍ମୀଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରୁଛି। ତେବେ ମୃତକଙ୍କ ସ୍ୱାମୀ ଘଟଣାସ୍ଥଳରେ ନଥିବାରୁ ସେ ଏଭଳି ଘଟଣା ଘଟାଇ ଫେରାର ହୋଇଥିବା ପୋଲିସ ସନ୍ଦେହ କରୁଛି।
ଅଧିକ ପଢନ୍ତୁ ; ୪ ବର୍ଷର ଝିଅକୁ ଦୁଷ୍କର୍ମ ମାମଲାରେ ଆସିଲା ରାୟ