ଭୁବନେଶ୍ୱର : ବରମୁଣ୍ଡା ପୁରୁଣା ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ଏକ ଘରୋଇ ବସ୍। କେହି କିଛି ବୁଝିବା ପୂର୍ଵରୁ ଆଖି ପିଛୁଳାକେ ନିଆଁ ବ୍ୟାପି ଯାଇଥିଲା। ଏକ ଘଣ୍ଟା ଧରି ବସ ଇଞ୍ଜିନରେ ନିଆଁ ଲାଗି ରହିଥିଲା। ଖବରପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଇଂଜିନରେ କୌଣସି ଅସୁବିଧା ଘଟିଥିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ବରମୁଣ୍ଡା ପୁରୁଣା ବସଷ୍ଟାଣ୍ଡରେ ଏକ ଘରୋଇ ବସଟି ପୁରୀରୁ ଫେରି ଷ୍ଟାଣ୍ଡରେ ଠିଆ ହୋଇଥିଲା। ସେହି ସମୟରେ ହଠାତ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକମାନେ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ନିଆଁ ଲିଭିବା ପରିବର୍ତ୍ତେ ଆହୁରି ଜୋରେ ଜାଳିବା ଆରମ୍ଭ କରିଥିଲା। ତେଣୁ ବସ ମାଲିକ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଠିକ୍ ସମୟରେ ନିଆଁକୁ ଆୟତ୍ତ କରାଯିବା ଦ୍ୱାରା ବଡ଼ ଧରଣର ଅଗ୍ନିକାଣ୍ଡ ରୋକା ଯାଇପାରିଛି।
ଅଧିକ ପଢନ୍ତୁ ; ୪ ବର୍ଷର ଝିଅକୁ ଦୁଷ୍କର୍ମ ମାମଲାରେ ଆସିଲା ରାୟ