ଭୁବନେଶ୍ୱର : ୩୧ ମାର୍ଚ୍ଚ ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ଶେଷ ବଜେଟ୍ ଅଧିବେଶନକୁ ଉଭୟ ଦଳଙ୍କ ମଧ୍ୟରେ ତର୍କ ବିତର୍କ ଚାଲିଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳ ବିଜେଡି ଓ କଂଗ୍ରେସକୁ ତୀବ୍ର ନିନ୍ଦା କରିଥିଲେ। ସେ ବିରୋଧୀଙ୍କ ପ୍ରତିବାଦ ଓ ହୋହଲ୍ଲାକୁ “ରାଜନୈତିକ ନାଟକ” ବୋଲି କହିଥିଲେ।
ବିଶେଷ କରି ଏସ୍ସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣା, କୃଷକ ସମସ୍ୟା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରତିବାଦକୁ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିରୋଧୀମାନେ ମୃତକଙ୍କ ଶବ ଉପରେ ରାଜନୀତି କରୁଛନ୍ତି। ସେମାନେ ମୃତକଙ୍କ ଉପରେ ଶୋଭାଯାତ୍ରା କରୁଛନ୍ତି କିନ୍ତୁ ଆମେ ଜନତାର ଆଖିରୁ ଲୁହ ପୋଛୁଚୁ। ତାର ଜ୍ୱଳନ୍ତ ଉଦାହରଣ ହେଲା କୃଷକ ସମୃଦ୍ଧି ଯୋଜନା ଜରିଆରେ ଯେପରି କୃଷକଙ୍କୁ ସହାୟତା କରିବା।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ବିଜେଡି ଓ କଂଗ୍ରେସ କେବଳ ରାଜନୈତିକ ଲାଭ ପାଇଁ ହୋହଲ୍ଲା କରୁଛନ୍ତି, ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ କୌଣସି ସୁପରିମର୍ଶ ଦେଉ ନାହାନ୍ତି। ସେ ପୂର୍ବତନ ବିଜେଡି ସରକାରଙ୍କ ୨୪ ବର୍ଷର ଶାସନକୁ ଆକ୍ରମଣ କରି କହିଥିଲେ ଯେ, ସେମାନେ କୃଷକଙ୍କୁ ଠକାଇଛନ୍ତି ଏବଂ ଏବେ ମଧ୍ୟ ରାଜନୀତି କରୁଛନ୍ତି। ଏପରିକି ଜନତା ପୂର୍ବରୁ କଂଗ୍ରେସକୁ ବିଦାୟ ଦେଇଛନ୍ତି ଏବଂ ଏବେ ବିଜେଡିକୁ ମଧ୍ୟ ବିଦାୟ ଦେଇଛନ୍ତି।
ଅଧିକ ପଢନ୍ତୁ ; ବରମୁଣ୍ଡା ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ ; ଜଳିଗଲା ଘରୋଇ ବସ୍