ନୂଆଦିଲ୍ଲୀ: କେନ୍ଦ୍ରୀୟ ଡେପୁଟେସନରେ ଥିବା ଓଡ଼ିଶା କ୍ୟାଡର୍ ବରିଷ୍ଠ ଆଇଏଏସ୍ ଅଧିକାରୀ ବୀର ବିକ୍ରମ ଯାଦବ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA)ର ନୂତନ ଅଧ୍ୟକ୍ଷ ହୋଇଛନ୍ତି । ସେ ବର୍ତ୍ତମାନ ଜଙ୍ଗଲ ଓ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ସଚିବ ଅଛନ୍ତି । ଏହା ସହିତ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି ।
ଏପ୍ରିଲ ୧୯, ୨୦୨୫ରେ ୧୯୯୬ ବ୍ୟାଚ ଆଇଏଏସ୍ ଅଧିକାରୀ ବୀର ବିକ୍ରମ ଯାଦବ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ସେ ଜଙ୍ଗଲ ଓ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ସଚିବ ହୋଇ ଡେପୁଟେସନରେ ଯାଇଥିଲେ । ଏହା ପରେ ୩୧ ମେ ୨୦୨୫ରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ବହନ କରିଥିଲେ । ୮ ଏପ୍ରିଲ, ୨୦୨୨ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇଥିଲେ । ଏହା ସହିତ ପୂର୍ତ୍ତ ବିଭାଗ ସଚିବ ଏବଂ ପୂର୍ବରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଥିଲେ ଭି ଭି ଯାଦବ । ଭି ଭି ଯାଦବ ରାଜସ୍ଥାନର ମୂଳ ବାସିନ୍ଦା ଅଟନ୍ତି ।